ଜଗତସିଂହପୁର :ଜମିବାଡି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ ଜଗତସିଂହପୁର ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ବାଲିଡିଆ ଗାଁର ନିମାଇଁ ବେଉରାଙ୍କ ପରିବାର ଓ ହରେକୃଷ୍ଣ ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ।
ଜମିବାଡି ବିବାଦକୁ କେନ୍ଦ୍ର କରି ତୁମୁଳକାଣ୍ତ, ୬ ଆହତ - ଜଗତସିଂହପୁର ଖବର
ଜମିବାଡି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହାତ । ପୋଲିସର ଛାନଭିନ । ଅଧିକ ପଢନ୍ତୁ...
![ଜମିବାଡି ବିବାଦକୁ କେନ୍ଦ୍ର କରି ତୁମୁଳକାଣ୍ତ, ୬ ଆହତ land dispute in jagasingpur, 6 injurd](https://etvbharatimages.akamaized.net/etvbharat/prod-images/768-512-12504110-thumbnail-3x2-k.jpg)
ଯାହାକୁ ନେଇ ଉଭୟ ପରିବାର କୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ଗତ ରବିବାର ସନ୍ଧ୍ୟାରେ ଉଭୟ ପରିବାରଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ପରେ ଉଭୟ ପକ୍ଷ ଉଭୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଁଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ଆହତ ହେବା ପରେ ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ କଟକ ପଠାଇ ଦିଆଯାଇଛି। ଏନେଇ ଥାନାରେ ଉଭୟ ପକ୍ଷ ଅଭିଯୋଗ କରି ନଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ