ଜଗତସିଂହପୁର: ତାଲା ଭାଙ୍ଗି ଦରଘା ଭିତରୁ ଦାନ ବାକ୍ସ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜଗତସିଂହପୁର ସହରର କୋର୍ଟ ଛକ ନିକଟରେ ଥିବା ମୁସଲମାନଙ୍କ ଆରାଧନା ସ୍ଥଳ ଦରଘାରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋର୍ଟଛକ ନିକଟରେ ଥିବା ଦରଘାରେ ପୂଜକ ପୂଜାର୍ଚ୍ଚନା ସାରି ତାଲା ପକାଇ ଘରକୁ ପଳାଇଥିଲେ ।
ତାଲା ଭାଙ୍ଗି ଦରଘାରୁ ଲକ୍ଷାଧିକ ଟଙ୍କା ଲୁଟ - ତାଲା ଭାଙ୍ଗି ଦରଘା ମସଜିଦରୁ ଲୁଟ
ତାଲା ଭାଙ୍ଗି ଦରଘା ଭିତରୁ ଦାନ ବାକ୍ସ ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କା ଓ ଆସବାବପତ୍ର ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ
ତାଲା ଭାଙ୍ଗି ଦରଘା ମସଜିଦରୁ ଲକ୍ଷାଧିକ ଟଙ୍କା ଲୁଟ
ତାଲା ଭାଙ୍ଗି ଦରଘା ମସଜିଦରୁ ଲକ୍ଷାଧିକ ଟଙ୍କା ଲୁଟ
ହେଲେ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଦରଘାର ମୁଖ୍ୟ ଦ୍ବାରର କବାଟ ଭାଙ୍ଗି ଭିତରକୁ ପଶିବା ସହ ଦାନବାକ୍ସ ଭିତରୁ ଲକ୍ଷାଧିକ ଟଙ୍କା ଓ ଆସବାବପତ୍ର ଲୁଟି ନେଇଥିଲେ । ଆଜି ସକାଳୁ ପୂଜକ ଏହାଦେଖି ଦରଘା କମିଟିକୁ ଖବର ଦେଇଥିଲେ। ଖବରପାଇ ଦରଘା କମିଟି ଏବଂ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ