ଜଗତସିଂହପୁର: ଆଜିକାଲିର ସମୟରେ ଆପେ ବଞ୍ଚିଲେ ବାପାର ନାଁ ନୀତି ଚାଲିଥିବା ବେଳେ ସଚ୍ଚୋଟତାର ନଜିର ଖୁବ କମ୍ ଦେଖିବାକୁ ମିଳୁଛି । ଏମିତିରେ ନିଜ ସଚ୍ଚୋଟପଣିଆର ଉଦାହରଣ ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରେସ୍ମା ସାହାଣୀ । ସେ ଡ୍ୟୁଟିରେ ଥିବା ସମୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ସାମ୍ନାରୁ ଏକ ପର୍ସ ପାଇଥିଲେ ।
ମହିଳା କନେଷ୍ଟବଳଙ୍କ ସଚ୍ଚୋଟତା, ଥାନାରେ ଜିମା ଦେଲେ ହଜିଥିବା 12 ହଜାର ଟଙ୍କା - ମହିଳା କନେଷ୍ଟବଳ ରେସ୍ମା ସାହାଣୀ
ଆଜିକାଲିର ସମୟରେ ଆପେ ବଞ୍ଚିଲେ ବାପାର ନାଁ ନୀତି ଚାଲିଥିବା ବେଳେ ସଚ୍ଚୋଟତାର ନଜିର ଖୁବ କମ୍ ଦେଖିବାକୁ ମିଳୁଛି । ଏମିତିରେ ନିଜ ସଚ୍ଚୋଟପଣିଆର ଉଦାହରଣ ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରେସ୍ମା ସାହାଣୀ ।
ମହିଳ କନେଷ୍ଟବଳଙ୍କ ସଚ୍ଚୋଟତା, ଥାନାରେ ଜିମା ଦେଲେ ହଜିଥିବା 12 ହଜାର ଟଙ୍କା
ସେଥିରୁ ସେ 12ହଜାର ଟଙ୍କା ପାଇଥିବା ବେଳେ ଏନେଇ ସେ ତୁରନ୍ତ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ସେପଟେ ଖବର ପାଇ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଯାହାର ଏହି ଅର୍ଥରାଶି ସେ ଥାନାକୁ ଆସି ତୁରନ୍ତ ଅର୍ଥ ସଂଗ୍ରହ କରିବାକୁ ସେ ଅନୁରୋଧ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ