ଜଗତସିଂହପୁର: ଜିଲ୍ଲାର ସମ୍ବେଦନଶୀଳ ନାଉଗାଁ ଥାନାରେ ଏବେ ଅଫିସର ମରୁଡି ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଦୁଇଟି ସବଇନସ୍ପେକ୍ଟର ପଦବୀ ଖାଲି ପଡିଥିବା ବେଳେ ଦୁଇ ଜଣ ASI ପଦବୀ ମଧ୍ୟରୁ ଗୋଟିଏ ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି ।
ସେହିଭଳି ଥାନାରେ ମାତ୍ର ପାଞ୍ଚ ଜଣ କନେଷ୍ଟବଲ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଲଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଛୁଟିରେ ରହିଛନ୍ତି । ଯାହାକୁ ନେଇ ସମ୍ବେଦନଶୀଳ ନାଉଗାଁ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।