ଓଡିଶା

odisha

ETV Bharat / state

କୋଭିଡ ୧୯ ସହାୟତା ରାଶି ନ ମିଳିବା ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଶ୍ରମିକଙ୍କ ଧାରଣା - Lead UCO bank

କୋଭିଡ ସହାୟତା ନିମନ୍ତେ ଶ୍ରମିକ ମାନଙ୍କୁ ସରକାରଙ୍କ ତରଫରୁ 1500 ଟଙ୍କା ପ୍ରଦାନ କରାଯାଇଥିଲା । ଘଟଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ବ୍ୟାଙ୍କ ନିରବଦ୍ରଷ୍ଟା ସାଜିବାରୁ ଧାରଣା ଦେଇଥିଲା ମିଳିତ ଶ୍ରମିକ ସଙ୍ଗଠନ । ଅଧିକ ପଢନ୍ତୁ...

କୋଭିଡ ୧୯ ସହାୟତା ରାଶି ନ ମିଳିବା ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଶ୍ରମିକଙ୍କ ଧାରଣା
କୋଭିଡ ୧୯ ସହାୟତା ରାଶି ନ ମିଳିବା ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଶ୍ରମିକଙ୍କ ଧାରଣା

By

Published : Oct 1, 2021, 7:37 PM IST

ଜଗତସିଂହପୁର: ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ କୋଭିଡ19 ସହାୟତା ରାଶି ବ୍ୟାଙ୍କ ଖାତାକୁ ଯାଇ ନଥିବା ଅଭିଯୋଗ କରି ଶ୍ରମିକ ମାନେ ଲିଡ଼ ୟୁକୋ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନାନୁସାରେ ୪ ମାସ ପୂର୍ବେ କୋଭିଡ ସହୟତା ବାବଦରେ ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କୁ 1500 ଟଙ୍କା ବ୍ୟାଙ୍କ ଖାତାକୁ ପ୍ରଦାନ କରିଥିଲେ । ତେବେ ଏଥିରେ ଜିଲ୍ଲାର ପ୍ରାୟ ୨୧ ହଜାର ଶ୍ରମିକଙ୍କ ଖାତାକୁ ଏହି ଟଙ୍କା ଯାଇ ନଥିବା ନେଇ ସୂଚନା ଦେଇଛନ୍ତି ।

କୋଭିଡ ୧୯ ସହାୟତା ରାଶି ନ ମିଳିବା ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ସେପଟେ ହିତାଧିକାରୀ ମାନେ ବାରମ୍ବାର ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଥିବା ନେଇ ଆଜି (ଶୁକ୍ରବାର) ଏହି ଘଟଣାରେ ସିଆଇଟିୟୁର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ବାଇଁ, ଏଆଇଟିୟୁସିର ଜିଲ୍ଲା ସଭାପତି ସୋମନାଥ ଗିରି, ଆଇଏନଟିୟୁସିର ଜିଲ୍ଲା ସମ୍ପାଦକ ସୁଶାନ୍ତ ବେହେରା ପ୍ରମୁଖ ବହୁ ନିର୍ମାଣ ଶ୍ରମିକ ଧାରଣାରେ ବସି ରହିଥିଲେ ।

ଶେଷରେ ଧାରଣା ସ୍ଥଳକୁ ଲିଡ଼ ୟୁକୋ ବ୍ୟାଙ୍କର ମ୍ୟାନେଜର ପହଞ୍ଚି ମିଳିତ ଶ୍ରମିକ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରି ଶ୍ରମିକ ମାନଙ୍କର ଦାବିକୁ ଅକ୍ଟୋବର ୨୫ତାରିଖ ଭିତରେ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେବା ପରେ ଶ୍ରମିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details