ଓଡିଶା

odisha

ETV Bharat / state

କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: 5 ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ - କୁଜଙ୍ଗ ଇଞ୍ଜିନିୟର ହତ୍ୟା ଘଟଣା 5 ପୋଲିସ ବିରୋଧରେ କେଶ

ଜଗତସିଂହପୁର ବହୁ ଚର୍ଚ୍ଚିତ କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାରେ ପାଞ୍ଚଜଣ ତତ୍କାଳୀନ ପୋଲିସ ଅଧିକାରୀଙ୍କ ନାମରେ କୁଜଙ୍ଗ କୋର୍ଟରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: 5 ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: 5 ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

By

Published : Sep 1, 2021, 9:28 PM IST

ଜଗତସିଂହପୁର: ଜଗତସିଂହପୁର ବହୁ ଚର୍ଚ୍ଚିତ କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାରେ ପାଞ୍ଚଜଣ ତତ୍କାଳୀନ ପୋଲିସ ଅଧିକାରୀଙ୍କ ନାମରେ କୁଜଙ୍ଗ କୋର୍ଟରେ ମାମଲା ରୁଜୁ କରାଯାଇଛି। 20.07.2019ରେ କୁଜଙ୍ଗ ବାସିନ୍ଦା ଅମୃତ ଦାସଙ୍କୁ ତିର୍ତ୍ତୋଲ ବଜାର ନିକଟରେ କେହି ଦୁର୍ବୃତ୍ତ ହତ୍ୟା କରି ଫୋଫାଡ଼ି ଦେଇ ଚାଲିଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଏହି ଘଟଣାରେ କୋହଳ ଦଫା ଲଗାଇବା ସହ ରାସ୍ତା ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା।

କୁଜଙ୍ଗ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣା: 5 ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ପୋଲିସର ଏହି ତଦନ୍ତରେ ପରିବାର ଲୋକେ ସନ୍ତୁଷ୍ଟ ନହୋଇ ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ବହୁତ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିଲେ। ପ୍ରଭାବଶାଳୀଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପୋଲିସ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଉଥିବା ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଥିଲା। ତେବେ ଏଥିରେ କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ଜଗତସିଂହପୁରର ତତ୍କାଳୀନ ଏସପି ଆର ପ୍ରକାଶ, ଏସଡିପିଓ ତ୍ରିତଲ ଦୀପକ ଜେନା, କୁଜଙ୍ଗ ଥାନାର ତତ୍କାଳୀନ ଆଇଆଇସି ଦିଲୀପ ସାହୁ ଓ ତତ୍କାଳୀନ ଏସଆଇ ସୌମେନ୍ଦ୍ର ନାୟକଙ୍କ ବିରୋଧରେ ପରିବାର ପକ୍ଷରୁ କୁଜଙ୍ଗ କୋର୍ଟରେ ମାମଲା ରୁଜୁ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details