ଓଡିଶା

odisha

ETV Bharat / state

ରହସ୍ୟମୟ ମତବାଦ, ଦକ୍ଷ କନ୍ୟାଙ୍କ ଜିହ୍ବାରୁ ଝଙ୍କଡ ଶାରଳାଙ୍କ ଆବିର୍ଭାବ

ଝଙ୍କଡବାସୀନି, ବିଦ୍ୟାଦାୟିନୀ, ଶକ୍ତି ପ୍ରଦାୟିନୀ ପରମ ବୈଷ୍ଟମ୍ବୀ। ମା ହେଉଛନ୍ତି ଅଷ୍ଟ ଭୂଜା। ହିନ୍ଦୁଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି । ମା ଙ୍କ ବେଢା ପରିକ୍ରମା କଲେ ମନରେ ଶାନ୍ତି ଭରିଯାଏ।ଚନ୍ଦନ, ଅଗରୁ,କର୍ପୁରରେ ମହକି ଉଠେ ମନମନ୍ଦିର। ଭକ୍ତକୁ ସର୍ବଦା ମା ଘଣ୍ଟ ଘୋଡାଇ ରଖିବା ସହ ପଣତର ଛାଇ ତଳେ ଢାଙ୍କି ରଖିଥାନ୍ତି। ମାଙ୍କ ଆର୍ବିଭାବ ଓ ପ୍ରତିଷ୍ଠାକୁ ନେଇ ଅନେକ କିମ୍ବଦନ୍ତୀ କଥା ଶୁଣିବାକୁ ମିଳୁଥିବା ବେଳେ ଏହି ବିଶେଷ ଆଧ୍ୟ୍ୟତ୍ମିକ କଥା ଲୋକମତରେ ପ୍ରଚଳିତ।

ରହସ୍ୟମୟ ମତବାଦ, ଦକ୍ଷ କନ୍ୟାଙ୍କ ଜିହ୍ବାରୁ ଝଙ୍କଡର ଆବିର୍ଭାବ
ରହସ୍ୟମୟ ମତବାଦ, ଦକ୍ଷ କନ୍ୟାଙ୍କ ଜିହ୍ବାରୁ ଝଙ୍କଡର ଆବିର୍ଭାବ

By

Published : Jun 16, 2020, 11:32 AM IST

କଜଳ ପୂରିତ ଲୋଚନ ଧାରେ, ସ୍ତନ ଯୁଗ ଶୋଭିତ ମୁକୁଟ ହାରେ

ବୀଣା ପୁସ୍ତକ ରଞ୍ଜୀତ ହସ୍ତେ, ଭଗବତୀ ଭାରତୀ ଦେବୀ ନମସ୍ତେ ।।

ଅପରୂପ ଓ ଅପୂର୍ବ ମୁଖ ମଣ୍ଡଳ। ହାତରେ ବଜ୍ର ଓ ଘଣ୍ଟା, ବୀଣା ଓ ପୁସ୍ତକ । ଲୋଚନ ଧାରରେ କଜଳ, ସ୍ତନ ଯୁଗଳରେ ଶୋଭା ପାଉଛି ମୁକୁଟ ହାର। ଏମିତି ଏକ ଜୀବନ୍ତ ପ୍ରତିମୂର୍ତ୍ତିକୁ ଯିବକି ଦେଖିବ ପଥର ପ୍ରତିମା ନୁହେଁ ବରଂ ଜୀବନ୍ତ ନାରୀଟିଏ ଧରାପୃଷ୍ଠକୁ ଓହ୍ଲାଇ ଆସିଛି। ସେ ଝଙ୍କଡବାସୀନି, ବିଦ୍ୟାଦାୟିନୀ, ଶକ୍ତି ପ୍ରଦାୟିନୀ ପରମ ବୈଷ୍ଣବୀ। ମା ହେଉଛନ୍ତି ଅଷ୍ଟ ଭୂଜା। ହିନ୍ଦୁଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି । ମା ଙ୍କ ବେଢା ପରିକ୍ରମା କଲେ ମନରେ ଶାନ୍ତି ଭରିଯାଏ।ଚନ୍ଦନ, ଅଗରୁ,କର୍ପୁରରେ ମହକି ଉଠେ ମନମନ୍ଦିର। ଭକ୍ତକୁ ସର୍ବଦା ମା ଘଣ୍ଟ ଘୋଡାଇ ରଖିବା ସହ ପଣତର ଛାଇ ତଳେ ଢାଙ୍କି ରଖିଥାନ୍ତି। ମାଙ୍କ ଆର୍ବିଭାବ ଓ ପ୍ରତିଷ୍ଠାକୁ ନେଇ ଅନେକ କିମ୍ବଦନ୍ତୀ କଥା ଶୁଣିବାକୁ ମିଳୁଥିବା ବେଳେ ଏହି ବିଶେଷ ଆଧ୍ୟ୍ୟାତ୍ମିକ କଥା ଲୋକମତରେ ପ୍ରଚଳିତ।

ଦକ୍ଷ କନ୍ୟାଙ୍କ ଜିହ୍ବାରୁ ଝଙ୍କଡର ଆବିର୍ଭାବ

ଶୁଣିବାକୁ ମିଳେ ଦକ୍ଷକନ୍ୟା ଆଦିଶକ୍ତି ସତୀ, ପ୍ରଭୁ ଶିବଙ୍କ ପତ୍ନୀ ଯଜ୍ଞରେ ପିତା ଦକ୍ଷଙ୍କର ଶିବଙ୍କ ପ୍ରତି ନିନ୍ଦା ସହିନପାରି ଆତ୍ମବିସର୍ଜନ କଲେ। ଗଭୀର ଦୁଃଖ ଓ ଅନୁତାପରେ, ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ଅବିଶ୍ରାନ୍ତ ଭାବେ ଇତସ୍ତିତ ଘୁରି ବୁଲିଲେ । ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ତାଙ୍କର ଶରୀରର ଅଂଶଗୁଡ଼ିକ ୫୧ସ୍ଥାନରେ ପଡ଼ିଲା, ପ୍ରତ୍ୟେକ ସ୍ଥାନ ହେଲା ପବିତ୍ରସ୍ଥାନ ଆଉ ଶକ୍ତିପୀଠ । କିମ୍ବଦନ୍ତୀ ଅନୁସାରେ ନାଭି ପଡ଼ିଥିଲା ଯାଜପୁରରେ, ଯେଉଁଠି ବିରଜା ପୂଜା ପାଉଛନ୍ତି ତାହା ନାଭିକ୍ଷେତ୍ର ରୂପେ ବିଦିତ । ପାଦ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଯେଉଁଠାରେ ବିମଳା ପୂଜା ପାଉଛନ୍ତି ତାହା ପାଦପୀଠ ରୂପେ ଖ୍ୟାତ ଏବଂ ଜିଭ ଝଙ୍କଡ଼ରେ ପଡ଼ିଥିଲା ଯାହା ଜିହ୍ନା ବା ବାଣୀପୀଠ ରୂପେ ଖ୍ୟାତ ।

ଦୁଇଟି ମନ୍ଦିର ଗୋଟିଏ କଥା...

ଝଙ୍କଡ ଠାରେ, ଏବେ ଯେଉଁଠି ମାଆଙ୍କ ମନ୍ଦିର ରହିଛି, ସେଠାରେ ପ୍ରଥମେ ମନ୍ଦିର ନଥିଲା। କଳାପାହାଡ଼ ଆକ୍ରମଣ ପରେ ନୂଆ ମନ୍ଦିର ପ୍ରତିଷ୍ଠା କରାଗଲା। ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ, ପୁରୁଣା ମନ୍ଦିର ବଡ଼ ସାରୋଳଠାରେ ଥିଲା। ଯେଉଁ ସ୍ଥାନରେ ଏଵେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ। ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି ।

ଯେଵେ ଆସିଲା କଳାପାହାଡ...

ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ(ପୁରୁଣା ମନ୍ଦିର), ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ଶାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ (ଏବେକାରପୀଠ) ଶାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତ ଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ,ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ,ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା ।

ଆଶ୍ଚର୍ଯ୍ୟ, ଅଲୌକିକ, ବିଶେଷତ୍ଵ...

ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ସାରଳା ପୀଠରୁ କୌଣସି ମନସ୍କାମନା ତଥା ମାନସିକତା ରଖି ସ୍ବତନ୍ତ୍ର ଆରଧନା ସ୍ବରୂପ ୭ ଦିନ ୭ରାତି ଉପବାସ ରହି ମନ୍ଦିର ସମ୍ମୁଖରେ ଭକ୍ତ ଶୋଇରୁହନ୍ତି। ଏ ଅଜଵ ପ୍ରଥା ଆଜି ବି ସାରଳା ପୀଠରେ ପ୍ରଚଳିତ। ପୂର୍ବରୁ ଲୋକଙ୍କ ମନସ୍କାମନା ପୂରଣ ହୋଇଥିଵା କାରଣରୁ ଏଠାରେ ଭକ୍ତ ମାନସିକ ରଖି ସପ୍ତାହ ସପ୍ତାହ ବ୍ୟାପି ଉଜାଗାର ରୁହନ୍ତି। ଏମିତି ଅଲୌକିକ ଶକ୍ତିର ସତ୍ତା ଏହି ମନ୍ଦିରରେ ଅନୁଭବ କରିହୁଏ। ସେହିପରି କୌଣସି ପାଲାଗାୟକ ହେବାକୁ ଚାହୁଁଥିଲେ, ସେ ଏଠାରେ ଶରଣ ପଶିଲେ, ମାଙ୍କ ସ୍ବପ୍ନାଦେଶ ହୁଏ। ପରେ ଶରଣାପନ୍ନ ଭକ୍ତ ପାଲା କରି ପ୍ରସିଦ୍ଧି ଲଭେ।

ABOUT THE AUTHOR

...view details