ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ରସୁଲପୁରରେ ଜଣେ ଯୁବକଙ୍କୁ ଅତି ନିର୍ମମ ହତ୍ୟା । କେହି ଜଣେ ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଏହି ଘଟଣାକୁ ନେଇ ଜଗତସିଂହପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରସଲପୁର ଗ୍ରାମର ଶରତ ମହାନ୍ତିଙ୍କ ପୁଅ ପ୍ରଦୀପ ମହାନ୍ତି ଏକ ଫାଇନାନ୍ସ କମ୍ପାନୀରେ ଅର୍ଥ ଅସୁଲକାରୀ ଭାବରେ କାର୍ଯ୍ୟ କରୁଥିଲେ ।
ଗତ 23 ତାରିଖ ଦିନ ରାତିରେ ଜଗତସିଂହପୁର ସହରର ଗୋପାଳ ସାଗର ଅଞ୍ଚଳର ଜଣେ ଯୁବକ ତାଙ୍କୁ ଘରୁ ଡାକି ନେଇଥିଲା । ବିଳମ୍ବିତ ରାତି ପର୍ଯନ୍ତ ପ୍ରଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଲେ ତାଙ୍କ ସହ କୈଣସି ପ୍ରକାର ଯୋଗାଯୋଗ ହୋଇ ପାରିନଥିଲା ।