ଓଡିଶା

odisha

ETV Bharat / state

ଗ୍ରାମାଞ୍ଚଳରେ କୁମାରୀ ପାଳିଲେ ଖୁଦୁରୁକୁଣୀ ପୂଜା - jagatsingpur news

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଖୁଦୁରୁକୁଣୀ ପୂଜା। ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ କୁମାରୀ ପାଳିଲେ ଖୁଦୁରୁକୁଣୀ ପୂଜା
ଗ୍ରାମାଞ୍ଚଳରେ କୁମାରୀ ପାଳିଲେ ଖୁଦୁରୁକୁଣୀ ପୂଜା

By

Published : Aug 30, 2021, 6:30 AM IST

ଜଗତସିଂହପୁର: ରବିବାର ବିଭିନ୍ନ ପୁରପଲ୍ଲୀରେ ଭାଲୁକୁଣି ବା ଖୁଦୁରୁକୁଣୀ ପୂଜା ଅନୁଷ୍ଠିତ ହୋଉଛି । ଲୋକପ୍ରଥା ଅନୁଯାୟୀ କୁମାରୀ ମାନେ ଢ଼ିଙ୍କିଶାଳରେ ମା, ଖୁଦୁରୁକୁଣୀଙ୍କୁ ପୂଜା ଆରାଧନା କରିଆସୁଥିଲେ। ଆଜି ବି ଗ୍ରାମ ହେଉ ବା ସହର ସବୁଠାରେ ପରମ୍ପରା ପୂଜା ଦେଖିବାକୁ ମିଳୁଛି।

ଗ୍ରାମାଞ୍ଚଳରେ କୁମାରୀ ପାଳିଲେ ଖୁଦୁରୁକୁଣୀ ପୂଜା

ଭାଦ୍ରବ ମାସ ପ୍ରଥମ ରବିବାର ଠାରୁ ଆରମ୍ଭ କରି ଶେଷ ରବିବାର ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ବାଲୁଙ୍କା ପୂଜା ସହିତ ଖୁଦୁରୁକୁଣୀଙ୍କୁ ପୂଜା କରିଥାନ୍ତି। ଏହା ଉପକୂଳ ଓଡ଼ିଶାରେ ବହୁଳ ଭାବରେ ଦେଖିବାକୁ ମିଳିଥାଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମାରୀମାନେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details