ଓଡିଶା

odisha

ETV Bharat / state

ନିରାଡ଼ମ୍ବରରେ ବୋଇତ ବନ୍ଦାଣ ଉତ୍ସବ ପାଳିଲା ଜଗତସିଂହପୁର - କାର୍ତ୍ତିକ ପୂର୍ଣ୍ଣିମା ଅବସର

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲାରେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି ବୋଇତ ବନ୍ଦାଣ ଉତ୍ସବ । କୋଭିଡ କଟକଣା ଥିବାରୁ ଲୋକେ ଘରେ ବାଲ୍ଟି ଓ କୁଣ୍ଡରେ ପାଣି ରଖି ଡଙ୍ଗା ଭସାଇ ଥିଲେ। ଅଧିକ ପଢନ୍ତୁ...

kartika purnima celebrated at jagatsinghpur with covid restriction
ବୋଇତ ବନ୍ଦାଣ ଉତ୍ସବ ନିରାଡ଼ମ୍ବରରେ ପାଳିଲେ ଜଗତସିଂହପୁରବାସୀ

By

Published : Nov 30, 2020, 3:28 PM IST

ଜଗତସିଂହପୁର: ସରିଲା ଧର୍ମ ମାସ କାର୍ତ୍ତିକ। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲାରେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି ବୋଇତ ବନ୍ଦାଣ ଉତ୍ସବ । ନଦୀ, ନାଳ, ଓ ପୋଖରୀରେ ଡଙ୍ଗା ଭସାଇବାରେ କଟକଣା ଥିବାରୁ ଲୋକେ ନିଜ ଘରେ ବାଲ୍ଟି ଓ କୁଣ୍ଡରେ ପାଣି ରଖି ଡଙ୍ଗା ଭସାଇ ଥିଲେ। ଜିଲ୍ଲାର ପ୍ରମୁଖ ମନ୍ଦିର ମାନଙ୍କରେ 144 ଧାରା ଜାରି କରାଯାଇଛି । ଏନେଇ ଝଙ୍କଡ଼ର ପ୍ରସିଦ୍ଧ ଶାରଳା ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ହେବା ସହ ସେବକ ମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ବୋଇତ ବନ୍ଦାଣ ଉତ୍ସବ ନିରାଡ଼ମ୍ବରରେ ପାଳିଲେ ଜଗତସିଂହପୁରବାସୀ

ମନ୍ଦିର ପ୍ରବେଶର 1କିଲୋମିଟର ଠାରୁ ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଥିଲା। ସର୍ବସାଧାରଣ ଯେପରି ମନ୍ଦିର ନିକଟକୁ ନ ଯାଇ ପାରିବେ ସେନେଇ ପୋଲିସ ପକ୍ଷରୁ କଡାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ତେବେ ଲୋକେ ନିଜ ଗ୍ରାମ ଇଷ୍ଟ ଦେବତାଙ୍କୁ ଦର୍ଶନ କରି ପଞ୍ଚୁକ ବ୍ରତ ସମାପନ କରିଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details