ପାରାଦ୍ବୀପ: ପାରାଦ୍ବୀପର ଷଣ୍ଢକୂଦ ଠାରେ ଆମରଣ ଅନଶନ ଆରମ୍ଭ କରିଛି କଳିଙ୍ଗ ମହିଳା ଶକ୍ତି ସଂଗଠନ । କଳିଙ୍ଗ ମହିଳା ଶକ୍ତି ସଂଗଠନର ସଭାପତି ମନୋରମା ଖଟୁଆ ଅଭିଯୋଗ କରିଛନ୍ତି ଯେ, ୧୯୬୨ ମସିହାରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଅନେକ ଶିଳ୍ପ କାରଖାନା ଗଢି ଉଠିଛି । କିନ୍ତୁ କୌଣସି ଶିଳ୍ପାନୁଷ୍ଠାନ ମହିଳା ମାନଙ୍କୁ ଆତ୍ମ ନିଯୁକ୍ତି କି କର୍ମ ସଂସ୍ଥାନ ଦେବାରେ ବିଫଳ ହୋଇଛି ।
ଅନ୍ୟପଟେ ପାରାଦ୍ବୀପରେ ଶିଳ୍ପସଂସ୍ଥା ଗୁଡିକର ସିଏସଆର ଫଣ୍ଡ ମହିଳାଙ୍କ ପାଇଁ ବିନିଯୋଗ ହୋଇ ପାରୁନି । ସେହିପରି ଷଣ୍ଢକୂଦ ବସ୍ତିରେ ଯେଉଁ ଘରୋଇ କମ୍ପାନୀ ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯାଉଛି ତାହା ସମ୍ପୂର୍ଣ୍ଣ ବେଆଇନ ଭାବେ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।