ଓଡିଶା

odisha

ସୂର୍ଯ୍ୟପରାଗ: ମା' ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ

By

Published : Oct 23, 2022, 8:30 PM IST

ସୂର୍ଯ୍ୟପରାଗ ଆସନ୍ତା ୨୫ ତାରିଖରେ ଥିବାରୁ ଆସନ୍ତାକାଲି (ସୋମବାର) ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ କାଳୀ ପୂଜା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ସୂର୍ଯ୍ୟପରାଗ: ମା' ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ
ସୂର୍ଯ୍ୟପରାଗ: ମା' ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ

ଜଗତସିଂହପୁର:ଜିଲ୍ଲାର ଇଷ୍ଟଦେବୀ ମା' ଶାରଳା ମନ୍ଦିରରେ ଦୀପାବଳି ଓ କାଳୀ ପୂଜାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ ସୂର୍ଯ୍ୟପରାଗ ପଡୁଥିବାରୁ ମା'ଙ୍କ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି (ସୋମବାର) ସନ୍ଧ୍ୟାରେ ମା'ଙ୍କ ମନ୍ଦିରରେ କାଳୀ ପୂଜା ଅନୁଷ୍ଠିତ ହେବ (Kali Puja in Sarala Temple) ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ମା ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ

ସନ୍ଧ୍ୟାରେ ମା'ଙ୍କୁ ସ୍ନାନ ପରେ ମହାକାଳୀ ବେଶରେ ତାଙ୍କୁ ସଜ୍ଜିତ କରାଯିବ । ପରେ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ହୋମଯଜ୍ଞ ରାତ୍ର ୨ଟା ମଧ୍ୟରେ ସମାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହି ଦିନ କିଛି ସମୟ ପହୁଡ଼ ପରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ଖେଚୁଡ଼ି ଧୂପ ଭୋର ୪.୪୫ ସୁଦ୍ଧା ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି । ପରେ ମା'ଙ୍କ ପହୁଡ଼ କରାଯିବା ସହିତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଏହା ବି ପଢନ୍ତୁ- କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ଆସନ୍ତା ୨୫ ତାରିଖ ମଙ୍ଗଳବାର ସାରା ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହି ଦିନ ପରାଗ ଛାଡିବା ପରେ ମା'ଙ୍କ ମହାସ୍ନାନ ସହିତ ନୀତିକାନ୍ତି କରାଯିବ ବୋଲି ମା' ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି ଚଳିତ କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ପ୍ରଥମେ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ ।

ଏହା ବି ପଢନ୍ତୁ- Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ଅନ୍ୟପଟେ ୨୫ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଏବଂ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details