ଜଗତସିଂହପୁର:ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶର ଗୋବିନ୍ଦପୁର ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରିରହିଛି । ଗୋବିନ୍ଦପୁର ଗ୍ରାମର ୭ଟି ପରିବାର ସେମାନଙ୍କ ପାନ ବରଜକୁ ସ୍ବଇଚ୍ଛାରେ ହସ୍ତାନ୍ତର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ପାନ ବରଜ ଭଙ୍ଗା ସରିଥିବା ଏରସମା ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ଗୋବିନ୍ଦପୁର ଅଞ୍ଚଳରେ ଲୋକେ ଶିଳ୍ପକୁ ସମର୍ଥନ କରି ନିଜର ଜମିକୁ ପ୍ରଶାସନକୁ ହସ୍ତାନ୍ତର କରୁଛନ୍ତି । ଗୋବିନ୍ଦପୁର ବାସୀଙ୍କ କହିବା କଥା, ଆମ ପୂର୍ବ ପୁରୁଷ ମାନେ ଧାନ ଚାଷ, ପାନ ବରଜ ଓ ମୀନ ଚାଷ କରି ଜୀବିକା ନିର୍ବାହ କରିଥିଲେ। ଚାଷରେ ବ୍ୟାପକ କ୍ଷତି ହେଉଥିବାରୁ ବର୍ତ୍ତମାନ ଉତ୍ତରପିଢି ଏହି କାର୍ଯ୍ୟ କରିବାକୁ ଅରାଜି ହେଉଛନ୍ତି । ଯଦି ଏହି ସ୍ଥାନରେ ଶିଳ୍ପ ହୁଏ ତେବେ ନିଯୁକ୍ତି ସୁଯୋଗ ମିଳିବ ।