ଓଡିଶା

odisha

ETV Bharat / state

JSW Project: ଉଦ୍ୟାନ ବିଭାଗର ଫଳନ୍ତି ଗଛ ଚିହ୍ନଟ, ବର୍ଦ୍ଧିତ ଦର ପାଇବେ ବିସ୍ଥାପିତ - ଜିନ୍ଦଲ ବିସ୍ଥାପିତଙ୍କୁ କ୍ଷତିପୂରଣ

JSW ପ୍ରକଳ୍ପ ଉଦ୍ୟାନ ବିଭାଗ ପକ୍ଷରୁ ଚିହ୍ନଟ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟପାଇବେ ବିସ୍ଥାପିତ । ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

JSW steel plant: Department of Horticulture offeres villagers to increase amount of Compensation for fruit trees
JSW Project: ଉଦ୍ୟାନ ବିଭାଗର ଫଳନ୍ତି ଗଛ ଚିହ୍ନଟ, ବର୍ଦ୍ଧିତ ଦର ପାଇବେ ବିସ୍ଥାପିତ

By

Published : Jan 29, 2022, 3:59 PM IST

ଢ଼ିଙ୍କିଆ (ଜଗତସିଂହପୁର): JSW ପ୍ରକଳ୍ପ ଉଦ୍ୟାନ ବିଭାଗ ପକ୍ଷରୁ ଚିହ୍ନଟ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟପାଇବେ ବିସ୍ଥାପିତ । ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଗୋଟିଏ ପଟେ ପାନବରଜ ମାପଚୁପ ଓ ଭଙ୍ଗା ଶେଷ ପର୍ଯ୍ୟାୟରେ ପହଁଚିଛି । ଅପରପକ୍ଷରେ ଗୋବିନ୍ଦପୁର ଗାଁରେ ସ୍ଥାନୀୟ ଲୋକମାନଙ୍କ ହତା ଗଛ ଚିହ୍ନଟ ଓ ଗଣତି ପ୍ରକ୍ରିୟା ଜାରି ରହିଛି । ଆଜି ସୁଦ୍ଧା ୫୬୦୦ରୁ ଉର୍ଦ୍ଧ୍ବ ଗଛ ଗଣତି ଶେଷ ହୋଇ ଗଲାଣି । ଏଥିସହିତ ଗୋବିନ୍ଦପୁର ଗାଁରେ ୪ଟି ଟିମ ପକ୍ଷରୁ ଦଶ ହଜାରରୁ ଉର୍ଦ୍ଧ୍ଵ ଗଛ ଚିହ୍ନଟ ହୋଇ ସାରିଲାଣି ।

ପୋସ୍କୋ କମ୍ପାନୀ ସମୟରେ ଉଦ୍ୟାନ ବିଭାଗ ପକ୍ଷରୁ ଫଳନ୍ତି ଗଛର ଯେଉଁ ମୂଲ୍ୟାୟନ କରାଯାଇଥିଲା ସେଥିରେ ପରିବର୍ତ୍ତନ ହୋଇଛି । ଗତ ୨୦୨୧ ମଇ ମାସରେ ଉଦ୍ୟାନ ବିଭାଗ ପକ୍ଷରୁ ନୂତନ ବର୍ଦ୍ଧିତ ମୂଲ୍ୟ ଘୋଷଣା କରାଯାଇଛି । ଏଥିରେ ମୁଖ୍ୟତଃ ବର୍ଷକର କାଜୁ ଗଛର ମୂଲ୍ୟ ସର୍ବନିମ୍ନ ୪୧୫ ଟଙ୍କା ରହିଥିବା ବେଳେ ସର୍ବାଧିକ ୯,୫୧୦ ଟଙ୍କା ରହିଛି । ସେହିପରି ଆମ୍ବ ଗଛର ସର୍ବନିମ୍ନ ମୂଲ୍ୟ ୯୬୭ ଟଙ୍କା ଓ ସର୍ବାଧିକ ୧୨ହଜାର ୭୯୦ ଟଙ୍କା, ନଡ଼ିଆ ଗଛର ସର୍ବନିମ୍ନ ମୂଲ୍ୟ ୧୪୦୫ ଟଙ୍କା ଥିଲାବେଳେ ସର୍ବାଧିକ ୮ ହଜାର ୧୧୦ ଟଙ୍କା, ସଜନା ଗଛର ସର୍ବନିମ୍ନ ମୂଲ୍ୟ ୨୬୪ ଓ ସର୍ବାଧିକ ୧୧୦୪ ଟଙ୍କା, ପଣସ ଗଛର ସର୍ବନିମ୍ନ ମୂଲ୍ୟ ୧୦୭୮ ଟଙ୍କା ଓ ସର୍ବାଧିକ ୯,୮୪୪ ଟଙ୍କା ରହିଛି । ସେହିପରି ଜାମୁ ଗଛର ସର୍ବନିମ୍ନ ମୂଲ୍ୟ ୧୭୫ ଟଙ୍କା ଥିଲାବେଳେ ସର୍ବାଧିକ ୪ ହଜାର ଟଙ୍କା ଲେଖାଏଁ ରହିଛି ।

ଏହାମଧ୍ୟ ପଢନ୍ତୁ:JSW Project: ଭାଙ୍ଗିଲା ୫୬୮ ପାନବରଜ, କ୍ଷତିପୂରଣ ବାବଦକୁ ୧୦ କୋଟିରୁ ଅଧିକ ପ୍ରଦାନ

ସେହିଭଳି ଅନ୍ୟାନ୍ୟ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟ ମଧ୍ୟ ଘୋଷଣା କରାଯାଇଛି । ସ୍ଥାନୀୟ ଲୋକମାନଙ୍କ ହତା ଗଛ ଚିହ୍ନଟ ପରେ ଗୋବିନ୍ଦପୁର ଗାଁରେ ଥିବା ୪ଟି ଜଙ୍ଗଲ କମିଟିର ଗଛ ଚିହ୍ନଟ କରାଯିବ । ଏହି ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକମାନେ ନିୟୋଜିତ ହେଉଛନ୍ତି । ତେବେ ପୂର୍ବରୁ ପୋସ୍କୋ କମ୍ପାନୀ ସମୟରେ ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଥିଲା JSW ପ୍ରକଳ୍ପ ସମୟରେ ଉଦ୍ୟାନ ବିଭାଗ ପକ୍ଷରୁ ବର୍ଦ୍ଧିତ ମୂଲ୍ୟକୁ ନେଇ ସ୍ଥାନୀୟ ଗାଁମବାସୀ ଖୁସି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଗତକାଲି ୨୭ ତାରିଖ ସୁଦ୍ଧା ୮୫୭ଟି ପାନବରଜ ମାପଚୁପ କରାଯାଇ ଥିଲା ବେଳେ ସେଥିରୁ ୬୭୧ଟି ପାନବରଜ ଭଙ୍ଗା ଯାଇଛି । ଏଥି ମଧ୍ୟରୁ ୪୮୫ ଜଣଙ୍କୁ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details