ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ଆଜି ହୋହାଲ୍ଲା ଭିତରେ ଜନ ଶୁଣାଣି ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୫ ଜାଣିଆ କମିଟି ଦୀର୍ଘ ୩ଘଣ୍ଟା କାଳ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଜନ ଶୁଣାଣୀ ସମୟରେ ପ୍ରକଳ୍ପ ସପକ୍ଷବାଦୀଙ୍କୁ ପ୍ରଶାସନ ପକ୍ଷରୁ ଛଡା ଯାଇଥିବା ବେଳେ ଶିଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଜନ ଶୁଣାଣୀ ସ୍ଥାନକୁ ଛଡା ଯାଇନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋହାଲ୍ଲା ଓ ଧସ୍ତାଧସ୍ତି ହୋଇଥିଲା। ତେବେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଜିଲ୍ଲାପାଳ ଜଗତସିଂହପୁର ଓ ଏସପି ଜନ ଶୁଣାଣିର ରିପୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ପାଖରେ ଦାଖଲ କରିବା ସହ ୫ଜଣିଆ କମିଟି ମଧ୍ୟ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧୪ ତାରିଖରେ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଶତାଧିକ ଗ୍ରାମବାସୀ ଆହତ ହୋଇଥିଲେ ।