ଜଗତସିଂହପୁର: ଜିଲ୍ଲାର ଅଭୟଚାନ୍ଦପୁର ଥାନା ପୋଲିସ ଗୁରୁବାର ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ (JSW) ବିରୋଧୀ ନେତା ପ୍ରଦୀପ ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜେଏସଡବ୍ଲ୍ୟୁ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କ ସହ ମିଶି ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ଅଭୟଚାନ୍ଦପୁର ପୋଲିସ ପକ୍ଷରୁ କୁହାଯାଇଛି ।
ମିଳିଥିବା ଖବର ଅନୁସାରେ ଗତକାଲି ଜେଏସଡବ୍ଲ୍ୟୁ ବିରୋଧୀ ଗୋଷ୍ଠୀର ସଦସ୍ୟ ଢିଙ୍କିଆ ଗ୍ରାମର ପ୍ରଦୀପ ଶତପଥୀ କଟକରୁ ଜଟାଧାରୀ ବସରେ ଏରସମା ଫେରୁଥିବା ସମୟରେ ଅଭୟଚାନ୍ଦପୁର ପୋଲିସ ତିର୍ତ୍ତୋଲ ଥାନା ଅଧିକାରୀଙ୍କ ସହାୟତାରେ ତିର୍ତ୍ତୋଲ ବଜାର ନିକଟରୁ ବସ୍ ମଧ୍ୟରୁ ପ୍ରଦୀପ ଶତପଥୀଙ୍କୁ ଉଠାଇ ନେଇଥିଲା । ପରେ ପୋଲିସ ପ୍ରଦୀପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏରସମା କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।