ଓଡିଶା

odisha

ETV Bharat / state

ଧାନ ବିଲରେ ଜଉ ପୋକ ଆତଙ୍କ, ଚାଷୀ ମୁଣ୍ଡରେ ଚଡକ - jau and sahara insect

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ପାଚି ଅମଳ ସମୟ ବେଳକୁ ଧାନ ବିଲରେ ମାଡ଼ିବାରେ ଲାଗିଛି ଜଉ ପୋକ ବା ସହାରା ପୋକ ।  ଏହି ପୋକ ଆକ୍ରମଣ ଫଳରେ ଧାନକେଣ୍ଡା ଗୁଡିକରେ କଳା ଫିମ୍ପି ମାଡିଯାଉଥିବା ସହ ଧାନ କେଣ୍ଡା ନଷ୍ଟ ହୋଇଯାଉଛି ।

ଚାଷୀ ମୁଣ୍ଡରେ ଚଡ଼କ
ଚାଷୀ ମୁଣ୍ଡରେ ଚଡ଼କ

By

Published : Dec 7, 2019, 9:31 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ବ୍ଲକର ଧାନ କ୍ଷେତରେ ଜଉ ଓ ସହାରା ରୋଗ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଆତଙ୍କିତ ଚାଷୀକୂଳ। ବିଲରେ ପାଚିଲା ଧାନର ସମ୍ଭାର ଦେଖି ଚାଷୀ ମୁଁହରେ ହସ ଫୁଟି ଉଠିଥିଲା କିନ୍ତୁ ଏବେ ଧାନ କ୍ଷେତ ଦେଖିଲେ ଚାଷୀ ମୁଣ୍ଡରେ ଚଡକ ପଡିଯାଉଛି ।

ଧାନ ବିଲରେ ଜଉପୋକ ଆତଙ୍କ, ଚାଷୀ ମୁଣ୍ଡରେ ଚଡ଼କ

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ପାଚି ଅମଳ ସମୟ ବେଳକୁ ଧାନ ବିଲରେ ମାଡୁଛନ୍ତି ଜଉ ପୋକ ବା ସହାରା ପୋକ । ଏହି ପୋକ ଆକ୍ରମଣ କଲେ ଧାନକେଣ୍ଡା ଗୁଡିକରେ କଳା ଫିମ୍ପି ମାଡିଯାଉଛି ଓ ଧାନ କେଣ୍ଡା ନଷ୍ଟ ହେଉଛି । ଏମିତିକି ଧାନଗଛ ଗୁଡିକ ଝାଉଁଳିବା ସହ ମରିଯାଉଛି ।

ଜିଲ୍ଲାର ବିରିଡି, ଜଗତସିଂହପୁର, ରଘୁନାଥପୁର, ତିର୍ତୋଲ ବ୍ଲକର ଶହ ଶହ ହେକ୍ଟର ଧାନ କ୍ଷେତ ଏହି ରୋଗରେ ପ୍ରଭାବିତ ହୋଇଛି । ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହିରୋଗ କିଛି ବ୍ଲକରେ ଦେଖିବାକୁ ମିଳିଛି । ଏହାର ପ୍ରତିକାର ପାଇଁ କୃଷି ବିଭାଗ ପଦକ୍ଷେପ ନେଉଥିବା କହିଛନ୍ତି ଅଧିକାରୀ । ତେବେ ଚାଷୀ ମାନଙ୍କ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details