ଓଡିଶା

odisha

ETV Bharat / state

କୋରୋନା କଟକଣା ଭିତରେ ନିରାଡ଼ମ୍ବର ଭାବେ ଜନ୍ମାଷ୍ଟମୀ ପାଳିତ

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ପର୍ଵ ପାଳିତ ହେଉଥିଲେ ବି କୋରୋା କଟକଣା ଯୋଗୁଁ ବିନା ଭକ୍ତରେ ନୀତିକାନ୍ତି କରାଯାଇଛି ।

By

Published : Aug 11, 2020, 7:52 PM IST

Janmasthami is celebrated in various temples
ଧରାପୃଷ୍ଠରେ ବାଲଗୋପାଳଙ୍କୁ ସ୍ବାଗତ କରିବାକୁ ଉତ୍ସବ ମୁଖର

ଜଗତସିଂହପୁର: ଆଜି(ମଙ୍ଗଳବାର) ପବିତ୍ର ଜନ୍ମାଷ୍ଟମୀ ଉତ୍ସବ । ଧରାପୃଷ୍ଠରେ ବାଲଗୋପାଳଙ୍କୁ ସ୍ବାଗତ କରିବାକୁ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ । ସବୁଠି ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସେନେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ପର୍ଵ ପାଳିତ ହେଉଥିଲେ ବି କୋରୋା କଟକଣା ଯୋଗୁଁ ବିନା ଭକ୍ତରେ ନୀତିକାନ୍ତି କରାଯାଇଛି ।

ଧରାପୃଷ୍ଠରେ ବାଲଗୋପାଳଙ୍କୁ ସ୍ବାଗତ କରିବାକୁ ଉତ୍ସବ ମୁଖର

ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀୟୁ ମନ୍ଦିର ବିରିଡି ସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିର,ସହର ଉପକଣ୍ଠ ଦଧି ବାବନଜୀଉ ମନ୍ଦିର ,ବାରଙ୍ଗ ସ୍ଥିତ ସିଧ୍ୟ ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମଠରେ ଆଜି ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳନ କରାଯାଇଛି । ସକାଳୁ ସକାଳୁ ମଙ୍ଗଳ ଆଳତୀ ପରେ ମଇଲମ ସ୍ନାନ ଓ ପରେ ବେଶ କରାଯାଇ ଶ୍ରୀକୃଷ୍ଣ ଜନ୍ମ ନୀତି କରାଯାଇଥିଲା ।

ମାତ୍ର ଚଳିତବର୍ଷ କୋରୋନା କଟକଣା ଯୋଗୁଁ ବିନା ଭକ୍ତରେ ନୀତିକାନ୍ତି ସମାପନ କରାଯାଇଛି । ବିଭିନ୍ନ ସ୍ଥାନରେ ଭାଗବତ ପାଠ କରାଯିବା ସହ ଭଗବାନ ଶ୍ରୀକୃଷ୍ଣ ଷୋଡଶ ଉପଚାର ପୂଜା କରାଯାଇ ତୁଳସୀ ଅର୍ପଣ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ନପାରି ନିଜଘରେ ଜନ୍ମାଷ୍ଟମୀ ବ୍ରତ ଓ ପୂଜା କରୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details