ଓଡିଶା

odisha

ETV Bharat / state

ଜଗତସିଂହପୁରର ପୁନଙ୍ଗଗ୍ରାମରେ ଯମୁନା କଳିକା ନୃତ୍ୟ, ଜମୁଛି ଭିଡ - ଜଗତସିଂହପୁର ଦେବୀ ପୀଠରେ ଯମୁନା କଳିକା ନୃତ୍ୟ

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ଆରାଧନା । ଏହି ପରିପ୍ରେକ୍ଷୀରେ ଭିନ୍ନ ଏକ ପ୍ରସ୍ତୁତି ଦେଖିବାକୁ ମିଳୁଛି ପୁନଙ୍ଗଗ୍ରାମରେ । ଏହି ଗ୍ରାମର ଅନେକ ବଙ୍ଗୀୟ ପରିବାର ପିଢ଼ି ପରେ ପିଢ଼ି, ଶାରଦୀୟ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି । ଅଧିକ ପଢନ୍ତୁ...

ବିଭିନ୍ନ ଦେବୀ ପୀଠରେ ଯମୁନା କଳିକା ନୃତ୍ୟ
ବିଭିନ୍ନ ଦେବୀ ପୀଠରେ ଯମୁନା କଳିକା ନୃତ୍ୟ

By

Published : Oct 2, 2021, 10:15 PM IST

Updated : Oct 2, 2021, 10:25 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ଆରାଧନା। ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର।ଉତ୍ସବ ମୁଖର ଦେବୀ ପୀଠ। ମା' ଆସୁଛନ୍ତି ଧରାଧାମକୁ। ମା’ଙ୍କୁ ସ୍ୱାଗତ କରିବା ପାଇଁ ଚାଲୁଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଭିନ୍ନ ଏକ ପ୍ରସ୍ତୁତି ଦେଖିବାକୁ ମିଳୁଛି ପୁନଙ୍ଗଗ୍ରାମରେ । ଏହି ଗ୍ରାମର ଅନେକ ବଙ୍ଗୀୟ ପରିବାର ପିଢ଼ି ପରେ ପିଢ଼ି, ଶାରଦୀୟ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି।

ଜଗତସିଂହପୁରର ପୁନଙ୍ଗଗ୍ରାମରେ ଯମୁନା କଳିକା ନୃତ୍ୟ, ଜମୁଛି ଭିଡ

ସେମାନଙ୍କ ମତରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କଳିକା ନୃତ୍ୟ ପରିବେଷଣ କରାଯାଇଥାଏ। ପାର୍ବଣ ପୂଜାରେ କଳିକା ନୃତ୍ୟର ବେଶ ସାମଞ୍ଜସ୍ୟ ରହିଛି। ଷୋଳପୂଜା ଆରମ୍ଭ ଦିନଠାରୁ ମଧ୍ୟରାତ୍ରରେ ଏହି ନୃତ୍ୟ ପରିବେଷଣ କରାଯାଉଛି। ଘଣ୍ଟ ଢୋଲର ତାଳେତାଳେ କଳିକା ଓ ନିଆଁ ବନ୍ଦିଆ ଧରିଥିବା ବେଶଧାରୀମାନେ ନୃତ୍ୟ ପରିବେଷଣ କରିଥାନ୍ତି। ଯାହାକି ଏକ ଆକର୍ଷଣୟ ହୋଇଥାଏ। ଷୋଳପୂଜା ଆରମ୍ଭ ଦିନ ଠାରୁ ବିଭିନ୍ନ ସ୍ଥାନରେ କଳିକା ନୃତ୍ୟ ଆରମ୍ଭ ହୋଇଯାଇଛି । ଏହା ମହାନବମୀ ପର୍ଯ୍ୟନ୍ତ ଚାଲିବ। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 2, 2021, 10:25 PM IST

ABOUT THE AUTHOR

...view details