ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଅଚାନକ ଚିକିତ୍ସାଳୟ ପରିଦର୍ଶନ - ଅଚାନକ ପରିଦର୍ଶନରେ ଜିଲ୍ଲାପାଳ

ବିନା ସୂଚନାରେ ଚାଲି ଆସିଲେ ଜିଲ୍ଲାପାଳ । ଖବର ନଦେଇ ଅଚାନକ ପରିଦର୍ଶନରେ । ବିଭିନ୍ନ ଓ୍ବାର୍ଡ ବୁଲିବା ସହ ରୋଗୀଙ୍କୁ ଉଚିତ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ପଚାରି ବୁଝିଥିଲେ ।

ଡିଜାଇନ୍ ଫଟୋ

By

Published : Oct 13, 2019, 11:53 PM IST

ଜଗତସିଂହପୁର : ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଆସିଛନ୍ତି ଜିଲ୍ଲାପାଳ । ବିନା ସୂଚନାରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସନ୍ଧ୍ୟାରେ ଅଚାନକ ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହିତ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କ ସହ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳ ଆସିବା ଖବର ମେଡିକାଲର କିଛି କର୍ମଚାରୀ ଜାଣି ନଥିବାରୁ ଡ୍ୟୁଟି ଥାଇ ବି ଅନୁପସ୍ଥିତ ଥିଲେ। ଏହା ଜାଣିବା ପରେ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରସୂତି ବିଭାଗରେ ରୋଗୀଙ୍କୁ କାହିଁକି ବେଡ୍ ଦିଆଯାଇନି ବୋଲି ପ୍ରଶ୍ନ କରିବା ସହ ନିରାମୟ ଯୋଜନା ରେ ଉପଲବ୍ଧ ଔଷଧକୁ ଡାକ୍ତର ଲେଖୁଛନ୍ତି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details