ଓଡିଶା

odisha

By

Published : May 6, 2021, 8:04 AM IST

ETV Bharat / state

ଆକ୍ସନ ମୋଡ଼ରେ ଜିଲ୍ଲାପାଳ, ସିଲ୍ କଲେ ଏକାଧିକ ଦୋକାନ

କୋଭିଡ ନିୟମ ଭାଙ୍ଗି ଗହଳି କରୁଥିବା ଅଭିଯୋଗରେ ଏକାଧିକ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ସିଲ କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଆକ୍ସନ ମୋଡ଼ରେ ଜିଲ୍ଲାପାଳ,  ସିଲ୍ କଲେ ଏକାଧିକ ଦୋକାନ
ଆକ୍ସନ ମୋଡ଼ରେ ଜିଲ୍ଲାପାଳ, ସିଲ୍ କଲେ ଏକାଧିକ ଦୋକାନ

ଜଗତସିଂହପୁର: ଆକ୍ସନ ମୋଡ଼ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ । କୋଭିଡ ନିୟମ ଭାଙ୍ଗି ଗହଳି କରୁଥିବା ଅଭିଯୋଗରେ ଏକାଧିକ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ସିଲ କଲା ଜିଲ୍ଲା ପ୍ରଶାସନ । ଜଗତସିଂହପୁର ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ଏକ ନିର୍ଦ୍ଧିଷ୍ଟ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରବଳ ଗହଳି ହୋଇଥିବା ଦେଖି ନିଜେ ଜିଲ୍ଲାପାଳ ଚଢ଼ାଉ କରିଥିଲେ । ଚଢ଼ାଉ କରିବା ସମୟରେ ବ୍ୟବସାୟୀ ଜଣଙ୍କ ଜିଲ୍ଲାପାଳଙ୍କ ସହ ଯୁକ୍ତିତର୍କ କରିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନକୁ ସିଲ କରିଥିଲା ।

ଆକ୍ସନ ମୋଡ଼ରେ ଜିଲ୍ଲାପାଳ, ସିଲ୍ କଲେ ଏକାଧିକ ଦୋକାନ

ସେହିପରି କୋଭିଡ ନିୟମ ଭାଙ୍ଗୁଥିବା ଅନ୍ୟ କେତେକ ଦୋକାନ ଉପରେ ନିଜେ ଜିଲ୍ଲାପାଳ ଚଢ଼ାଉ କରି ଦାଗିଦ କରିଥିଲେ ଓ ଯିଏ ସରକାରଙ୍କ କୋରୋନା ନିୟମକୁ ଉଲ୍ଲଂଘନ କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜଗତସିଂହପୁର ସହରରେ ଲକଡାଉନ ଜାରି ହୋଇଥିବା ବେଳେ ସହରର କେତେକ ଦୋକାନୀ କୋଭିଡ ନିୟମକୁ ଉଲ୍ଲଘଂନ କରି ପ୍ରବଳ ଭିଡ ଜମାଉଛନ୍ତି । ଏହାକୁ ପ୍ରତିହତ କରିବା ପାଇଁ ଦୋକାନଗୁଡିକ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଚଢ଼ାଉ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details