ଜଗତସିଂହପୁର: ବିଜେଡିରୁ ଇସ୍ତଫା ଦେଲେ ସଦର ବ୍ଲକ ଅନ୍ତର୍ଗତ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏହି ଯୁବନେତା ଜଣକ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ଏହି କାରଣକୁ ରାଜନୈତିକ ସମୀକ୍ଷକମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ତେବେ ସେ ନିଜର ଇସ୍ତଫା ପତ୍ରରେ କିଛିଦିନ ହେବ ଅସୁସ୍ଥ ରହିଥିବା ଲେଖିଛନ୍ତି । ଏହି କାରଣରୁ ସେ କୌଣସି ଦଳୀୟ କାର୍ଯ୍ୟ ଓ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ ଦିଗରେ କାର୍ଯ୍ୟ କରିପାରୁ ନଥିବାରୁ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ନିଜର ଇସ୍ତଫା ପତ୍ର ସେ ବିଜେଡି ଜିଲ୍ଲା ସଭାପତି ତଥା ଶାସକ ଦଳର ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିକଟକୁ ପଠାଇଛନ୍ତି ।