ଜଗତସିଂହପୁର: ଚଳିତ ବର୍ଷ ପାଳନ ହେବ ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠା ଦିବସ । ଏ ନେଇ ଗୁରୁବାର ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଗତ ବର୍ଷ କୋଭିଡ କଟକଣା କାରଣରୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ବନ୍ଦ କରାଯାଇଥିଲା। କିନ୍ତୁ କଟକଣା କୋହଳ କାରଣରୁ ଚଳିତ ବର୍ଷ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ପ୍ରସଙ୍ଗରେ ଗୁରୁବାର ବସିଥିବା ଏକ ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଏପ୍ରିଲ 1ରେ ଉତ୍କଳ ଦିବସ ପାଇଁ ଯେଉଁ ନିୟମ ପାଳନ କରିବେ ତାହା ଅନୁସାରେ ଜିଲ୍ଲା ମହୋତ୍ସବ ପାଳନ କରାଯିବ। ରାଜ୍ୟ ସରକାର 200 ଶହ ଜଣଙ୍କୁ ନେଇ ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ଆଧାର କରି ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।