ଓଡିଶା

odisha

ETV Bharat / state

ଉଦଘାଟିତ ହେଲା କଲ୍ଲୋଳ ମହୋତ୍ସବ, ଦର୍ଶକଙ୍କୁ ବାନ୍ଧି ରଖିଲା ସାଂସ୍କୃତିକ କାର୍ଯ୍ୟକ୍ରମ - କଲ୍ଲୋଳ ମହୋତ୍ସବ 2023

ଜଗତସିଂହପୁର ସହର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଏକ ଭବ୍ୟ ସମାରୋହରେ ଉଦଘାଟନ ହୋଇଛି ଜିଲ୍ଲା କଲ୍ଲୋଳ ମହୋତ୍ସବ । ଅଧିକ ପଢନ୍ତୁ

Jagatsinghpur Kallola Mahotsa
Kallola Mahotsava

By

Published : Jan 16, 2023, 12:49 PM IST

Kallola Mahotsava

ଜଗତସିଂହପୁର:ରବିବାର ସନ୍ଧ୍ୟାରେ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜଗତସିଂହପୁର ଜିଲ୍ଲା କଲ୍ଲୋଳ ମହୋତ୍ସବ ଉଦଘାଟନ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ପାରୁଲ ପଟୱାରୀଙ୍କ ସଭାପତିତ୍ବରେ ମହୋତ୍ସବ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ଓଡ଼ିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ଜିଲ୍ଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । 5 ଦିନ ଧରି ଚାଲିବ ଏହି କଲ୍ଲୋଳ ମହୋତ୍ସବ । ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଲୋକଙ୍କୁ ବାନ୍ଧି ରଖିଥିଲା ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପବାଚସ୍ପତି କହିଥିଲେ, ''ଜଗତସିଂହପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଏନ୍ତୁଡ଼ିଶାଳ ସଦୃଶ । ଏ ମାଟି ସଂସ୍କୃତିର ଗନ୍ତାଘର ହୋଇ ରହିଅଛି । ଏହି ମାଟିରେ ଜନ୍ମ ହୋଇଥିଲେ ଆଦିକବି ଶାରଳା ଦାସ। ଯିଏ ଓଡ଼ିଆ ଭାଷାକୁ ମହାଭାରତ ମାଧ୍ୟମରେ ସମୃଦ୍ଧ କରି ଯାଇଛନ୍ତି । ଏହି ମାଟିରେ ରମାଦେବୀ, ମାଳତୀ ଦେବୀ, ଗୋପବନ୍ଧୁ ଚୌଧୁରୀଙ୍କ ଭଳି ମହାନ ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ତେଣୁ ଜଗତସିଂହପୁର ମାଟି ଓଡ଼ିଶାର ଗର୍ବ ଓ ଗୌରବ ।''

ଏହି ଉତ୍ସଵରେ ସମ୍ମାନୀୟ ଅତିଥି ଭାବେ ଜଗତସିଂହପୁର ସାଂସଦ, ରାଜଶ୍ରୀ ମଲ୍ଲିକ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲାପାଳ ପାରୁଲ ପଟୱାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଉତ୍ସଵକୁ ଜଗତସିଂହପୁର ପୌରାଧକ୍ଷା ଅର୍ଚ୍ଚନା ସିଂକୁ ଡକାଯାଇ ନଥିବାରୁ ତାଙ୍କ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସଭାକାର୍ଯ୍ୟ ନିର୍ଦ୍ଧାରିତ ସମୟ ସନ୍ଧ୍ୟା 6ଟା ରହିଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦଘାଟନୀ ସଭା ପରେ ଓଡିଶୀ ଦେବଦାସୀ ନୃତ୍ୟ ଓ ମାଆ ମଙ୍ଗଳା ଘଟ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏହା ବି ପଢନ୍ତୁ....ମାଛ ଧରିବାକୁ ଯାଇ ପାରାଦ୍ବୀପରେ ୨ ବୋଟ ନିଖୋଜ, ୫ ଦିନ ହେଲା ମିଳୁନି ପତ୍ତା

21 ତାରିଖ ଯାଏ ଏହି ମହୋତ୍ସବ ଚାଲିବ । 5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯିବ । ଏହାସହ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଓଡ଼ିଶାର ବିଶିଷ୍ଟ ସିନେ କଳାକାର ଓ କଣ୍ଠ ଶିଳ୍ପୀ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିବା ଯୋଜନା ରହିଛି ।

ଆସନ୍ତାକାଲି (ମଙ୍ଗଳବାର) ଓଲିଉଡ ଷ୍ଟାର କପଲ୍‌ ସବ୍ୟସାଚ୍ଚୀ ଅର୍ଚ୍ଚିତା କାର୍ଯ୍ୟକ୍ରମରେ ସାମିଲ ହେବ । ସେହିପରି 17 ତାରିଖ ମାନେ ଆସନ୍ତାକାଲି ଜ୍ୟୋର୍ତିମୟୀ ନାୟକ ଓ 19 ତାରିଖରେ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ମଧ୍ୟ ଯୋଗ ଦେବେ । ସୁମଧୁର ସଙ୍ଗୀତରେ ଦର୍ଶକଙ୍କୁ ଝୁମାଇବେ ଏହି ଦୁଇ କଣ୍ଠଶିଳ୍ପୀ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details