ଓଡିଶା

odisha

ହାଥରସ ଗଣଦୁଷ୍କର୍ମର ପ୍ରତିବାଦ, ଯୁବ କଂଗ୍ରେସର ବିକ୍ଷୋଭ

By

Published : Oct 3, 2020, 9:07 PM IST

ହାଥରସ ଗଣଦୁଷ୍କର୍ମକୁ ପ୍ରତିବାଦ କରି ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡିଲେ ଯୁବ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ..

ହାସରଥ ଗଣଦୁଷ୍କର୍ମର ପ୍ରତିବାଦ, ଯୁବ କଂଗ୍ରେସର ବିକ୍ଷୋଭ
ହାସରଥ ଗଣଦୁଷ୍କର୍ମର ପ୍ରତିବାଦ, ଯୁବ କଂଗ୍ରେସର ବିକ୍ଷୋଭ

ଜଗତସିଂହପୁର: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜୁଛି ଦେଶବ୍ୟାପୀ ଅସନ୍ତୋଷ । ଏ ନେଇ ଶନିବାର ଜଗତସିଂହପୁରରେ ଗର୍ଜିଛି ଯୁବ କଂଗ୍ରେସ ।

ହାସରଥ ଗଣଦୁଷ୍କର୍ମର ପ୍ରତିବାଦ, ଯୁବ କଂଗ୍ରେସର ବିକ୍ଷୋଭ

ଆଜି ମଧ୍ୟାହ୍ନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଥାନା ଛକ ପର୍ଯ୍ୟନ୍ତ ଆସି ପହଞ୍ଚିଛନ୍ତି । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କୁମାର ପ୍ରୀତମ ପରିଜା ଅଭିଯୋଗ କରିଛନ୍ତି ଯେ, ଯୋଗୀ ସରକାର ଜଙ୍ଗଲି ରାଜ ଚଳାଇଛନ୍ତି । ଉତ୍ତର ପ୍ରଦେଶରେ ଦଳିତ ଯୁବତୀଙ୍କୁ ଗଣ ବଳାତ୍କାର କରି ହତ୍ୟା କରାଗଲା । ରାତି ଅଧିଆ ସ୍ଥାନୀୟ ପ୍ରଶାସନ ମୃତଦେହକୁ ପୋଡ଼ିଦେଲା । ପୀଡିତ ପରିବାରକୁ ପ୍ରଶାସନ ଧମକ ଦେବା ସହ ତାଙ୍କ ସ୍ବର ଦବାଇ ଦିଆଯାଉଥିବା ଅଭିଯୋଗ କରିଛି କଂଗ୍ରେସ।

ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମାଲିକ, ଛାତ୍ର କଂଗ୍ରେସ ସଭାପତି କୁମାର ପ୍ରୀତମ ପରିଜା, କଂଗ୍ରେସ ନେତା ବିପ୍ଳବ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details