ଜଗତସିଂହପୁର:ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ କିଛି ଦୁର୍ବୃତ୍ତ ଦୀର୍ଘ 2 ଘଣ୍ଟାକାଳ ଆତଙ୍କରାଜ ସୃଷ୍ଟି କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବା ସହ ରାସ୍ତା କଡରେ ଥିବା ଗାଡି ଗୁଡିକ ଭଙ୍ଗାରୁଜା କରିଥିଲେ କିଛି ଯୁବକ ।
ଯେଉଁମାନେ ଏହାର ବିରୋଧ କରୁଥିଲେ ଦୃର୍ବୁତ୍ତ ମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଖବର ପାଇ ଜଗତସିଂହପୁର ଏସପି ଆର ପ୍ରକାଶ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଏହା ପୂର୍ବରୁ ସେମାନେ ସେଠାରୁ ଖସି ପଳାଇଥିଲେ ।