ଓଡିଶା

odisha

ETV Bharat / state

ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ, ଯୁବତୀ କଲେ ଫଟୋ ଭାଇରାଲ - ତିର୍ତ୍ତୋଲ ବିଧାୟକଙ୍କ ଫଟୋ ଭାଇରାଲ ଖବର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସହ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁୁହୂର୍ତ୍ତ ଫଟୋ । ଅଧିକ ପଢନ୍ତୁ

ଯୁବତୀଙ୍କ ସହ ତିର୍ତ୍ତୋଲ ବିଧାୟକଙ୍କ ଫଟୋ ଭାଇରାଲ
ଯୁବତୀଙ୍କ ସହ ତିର୍ତ୍ତୋଲ ବିଧାୟକଙ୍କ ଫଟୋ ଭାଇରାଲ

By

Published : Feb 11, 2022, 7:47 PM IST

ଜଗତସିଂହପୁର: ସୋସିଆଲ ମିଡ଼ିଆରେ ଜୈନିକ ଯୁବତୀଙ୍କ ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଖୋଦ ସମ୍ପୃକ୍ତ ଯୁବତୀ ଜଣକ ନିଜ ସୋସିଆଲ ସାଇଟରେ ଅପଲୋଡ଼ କରିଥିବା ଜଣାପଡ଼ିଛି । ପୂର୍ବରୁ ତିର୍ତ୍ତୋଲ ବିଧାୟକ ବିଜୟଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ଖୋଦ ଯୁବତୀ ସତ ଖୁଲାସା କରିଛନ୍ତି ।

ଯୁବତୀଙ୍କ ସହ ତିର୍ତ୍ତୋଲ ବିଧାୟକଙ୍କ ଫଟୋ ଭାଇରାଲ

ସୋସିଆଲ ସାଇଟରେ ବିଧାୟକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅପଲୋଡ଼ କରି ଚର୍ଚ୍ଚାକୁ ସତ ବୋଲି ପ୍ରମାଣ କରିଛନ୍ତି ଯୁବତୀ। ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏନେଇ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସମ୍ପୃକ୍ତ ଯୁବତୀ ଜଣକ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details