ଜଗତସିଂହପୁର: ଓଡିଶା ଷ୍ଟାପ ସିଲେକ୍ସନରେ ଦୁର୍ନିତୀ ଓ OSSC ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଦୁର୍ନୀତିକୁ ବିରୋଧ କରିବା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ମଧ୍ୟ ସ୍ଥାନୀୟ ଥାନା ଛକ ନିକଟରେ ଦାହ କରିଥିଲେ ।
OSSC କେଳେଙ୍କାରୀକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ - ଛାତ୍ର କଂଗ୍ରେସ
OSSC ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...
ଷ୍ଟାପ ସିଲେକ୍ସନ କେଲେଙ୍କାରୀକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲିକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ ଷ୍ଟାପ ସିଲେକ୍ସନ କେଳେଙ୍କାରୀରେ ସରକାର ନିଜେ ସାମିଲ ଥିବା ଅଭିଯୋଗ କରିବା ସହ ରାଜ୍ୟବାସୀଙ୍କୁ ବିଜେଡ଼ି ସରକାର ଠକିଥିବା ଅଭିଯୋଗ କରିଥିଲେ । ରାଜ୍ୟ ସରକାର ତୁରନ୍ତ ଷ୍ଟାପ ସିଲେକ୍ସନ କେଲେଙ୍କାରୀରେ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାଙ୍କୁ ଗିରଫ କରିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ