ଜଗତସିଂହପୁର: ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି। ଏହାକୁନେଇ ଜିଲ୍ଲା ସଂସ୍କୃତି ଭବନରେ ଜଗତସିଂହପୁର ଏସପି ପ୍ରକାଶ ଆର ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ସହ ଏକ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।
ପୋଲିସର ଦକ୍ଷତା, ଅଭିଯୋଗ ଶୁଣାଣି ଓ ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ 2ଟି ଥାନାକୁ ଛାଡିଦେଲେ ଅନ୍ୟ 13 ଟି ଥାନାର ଅନେକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଥାନାରେ ମାମଲା ରୁଜୁ ପାଇଁ ଟଙ୍କା ମାଗିବା, ବିନା ଦୋଷରେ ଲୋକଙ୍କୁ ଥାନାରେ ବସାଇବା, F.I.R ଗ୍ରହଣ ନକରିବା, ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହଇରାଣ କରାଯିବା । ଏହଳି ଘଟଣା ଯଦି ସାମ୍ନାକୁ ଆସେ ତେବେ, ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।