ଓଡିଶା

odisha

By

Published : Jan 22, 2023, 8:55 PM IST

ETV Bharat / state

ଉଦଯାପିତ ହେଲା ଜଗତସିଂହପୁର ଜିଲ୍ଲା ମହୋତ୍ସବ

ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ମଧ୍ୟରେ ଉଦଯାପିତ ହେଲା ଜଗତସିଂହପୁର ଜିଲ୍ଲା ମହୋତ୍ସବ । ପାରମ୍ପରିକ ନାଚ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ଜିଲ୍ଲା ମହୋତ୍ସବ କଲ୍ଲୋଳ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ଜିଲ୍ଲା ମହୋତ୍ସବ କଲ୍ଲୋଳ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ଜିଲ୍ଲା ମହୋତ୍ସବ କଲ୍ଲୋଳ

ଜଗତସିଂହପୁର: ସହରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସର ରେ ଦୀର୍ଘ 7 ଦିନ ଧରି ଚାଲୁଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ଶନିବାର ବିଳମ୍ବିତ ରାତ୍ରରେ ଉଦଯାପିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇ ଯାଇଛି ଜିଲ୍ଲା ମହୋତ୍ସବ କଲ୍ଲୋଳ । ଚଳିତ ବର୍ଷ ଜଗତସିଂହପୁର ମହୋତ୍ସବରେ ଲୋକକଳାକୁ ବିଶେଷ ପ୍ରାଧନ୍ୟ ଦେଇଛନ୍ତି ଆୟୋଜକ ।

ଜିଲ୍ଲା ମହୋତ୍ସବର ଅନ୍ତିମ ଦିନରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ, ଜଗତସିଂହପୁର ମାଟି ବୀର ପ୍ରସବିନି ମାଟି, ଏବେ ଜଗତସିଂହପୁର ଜିଲ୍ଲା ଏବେ ମଡେଲ ହୋଇ ଛିଡା ହୋଇଥିବା କହିଥିଲେ । ଜିଲ୍ଲାର ଇଷ୍ଟ ହେଉଛନ୍ତି ମା, ଶାରଳା, କିନ୍ତୁ ପଡ଼ୋଶୀ କେନ୍ଦ୍ରାପଡ଼ାବାସୀଙ୍କ ସହ ମା'ଙ୍କ ନିବିଡ଼ ସମ୍ପର୍କ ରହିଛି । ଯଦି କାହାର ବାଡ଼ିରେ କଦଳୀ ଫଳେ ସେ ସାଇକେଲ କି ମଟର ସାଇକେଲରେ ମା' ସାରଳାଙ୍କ ପାଖକୁ ପ୍ରଥମେ ଆଣିଥାଏ । ମାଙ୍କ ପାଖରେ ପ୍ରଥମେ ଭୋଗ ଲାଗିଲେ ଶେଷରେ ପରିବାର ସେହି ପ୍ରସାଦକୁ ପାଆନ୍ତି । ସେ ନିଜେ ମଧ୍ୟ ପିଲାବେଳେ ସାଇକେଲରେ କଦଳୀ ଭୋଗ ନେଇ ମାଙ୍କ ପାଖକୁ ଆସିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାର ପ୍ରଗତି ଓ ବିକାଶ କେବଳ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସମ୍ଭବ ହୋଇ ପାରିବ ।

ମନ୍ତ୍ରୀ ତାଙ୍କର ଅଭିଭାଷଣ ସମୟରେ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ସ୍ମୃତିଚାରଣ କରିଥିଲେ । ଜଗତସିଂହପୁର ଜିଲ୍ଲା ଗଠନରେ ବିଷ୍ଣୁ ଦାସଙ୍କ ପ୍ରମୁଖ ଭୂମିକା ରହିଥିଲା । ବିଜୁବାବୁଙ୍କ ନିକଟରେ ଜଗତସିଂହପୁର ଜିଲ୍ଲା ଗଠନ କରିବାର ଯେଉଁ ଜିଦ ଥିଲା ତାହା 1993 ମସିହାରେ ପ୍ରତିଫଳିତ ହୋଇଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଥିଲେ ।

ଏହି ଉତ୍ସଵରେ ସ୍ତାନୀୟ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ଖ୍ୟାତନାମା ସଙ୍ଗୀତକାର ଅସୀମା ପଣ୍ଡାଙ୍କ ଯଦୁଗରୀ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲା । ଏହାସହ ଲୋକେ ନିଜନିଜ ପରିବାର ପାଇଁ ବିଭିନ୍ନ ପ୍ରକାରର ସୌଖୀନ ଓ ଘରକରଣା ଦ୍ରବ୍ୟ ଗୁଡ଼ିକର କିଣାବିକାର ସୁଯୋଗ ନେଇଥିଲେ । ହସ୍ତତନ୍ତ ସାଙ୍ଗକୁ କୁଟୀର ଶିଳ୍ପରେ ଉତ୍ପାଦିତ ଦ୍ରବ୍ୟଗୁଡିକ ସୁଲଭ ମୁଲ୍ୟରେ କିଣିବାର ସୁଯୋଗ ନେଇଥିଲେ ଲୋକେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details