ଓଡିଶା

odisha

ETV Bharat / state

ଜଗତସିଂହପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା - ଜଗତସିଂହପୁର ଓକିଲ ସଂଘର ନିର୍ବାଚନ

ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା
ଜଗତସିଂହପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା

By

Published : Dec 13, 2020, 10:13 AM IST

ଜଗତସିଂହପୁର: ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ। ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 6ଟା ପର୍ଯ୍ୟନ୍ତ ଚାଲିଥିଲା। ସଂନ୍ଧ୍ୟା 6.30ରୁ ଭୋଟ ଗଣତି ଆରମ୍ଭ ହୋଇ ରାତି 10. 30 ରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ସଭାପତି ଭାବେ ସୁବ୍ରତ ଶତପଥୀ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରହଲ୍ଲାଦ ନାୟକ, ସାଧାରଣ ସମ୍ପାଦକ ଭାବେ ନରେଶ ଦାସ, ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ଦୁର୍ଯ୍ୟୋଧନ ରାଉତ ନିର୍ବାଚିତ ହୋଇଛନ୍ତି।

ଜଗତସିଂହପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା

ଫଳାଫଳ ଘୋଷଣା ପରେ ବିଜୟୀ ପ୍ରତିନିଧି ମାନେ ଖୁସିବ୍ୟକ୍ତ କରିବା ସହିତ ଆଇନଜୀବୀ ମାନଙ୍କ ସୁରକ୍ଷା ଓ ସମସ୍ୟା ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ କୋର୍ଟର ଉନ୍ନତି ଦିଗରେ ଗୁରୁତ୍ବ ଦେବା ପାଇଁ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details