ଗୋବିନ୍ଦପୁର(ଜଗତସିଂହପୁର):ଜିଲ୍ଲାର ଏରସମା ବ୍ଲକର ଗୋବିନ୍ଦପୁର ଗାଁରେ ଗୁରୁବାର ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜୋରଦାର ହୋଇଛି। ଗୋବିନ୍ଦପୁରରେ ପ୍ରାୟ ୬୫ ଟି ପାନ ବରଜର ମାପଚୁପ କରାଯାଇ ଅଧିଗ୍ରହଣ କରାଯାଇଛି । ସ୍ଥାନୀୟ ଗ୍ରାମବାସୀ ତଥା ପାନ ବରଜ ମାଲିକ ମାନେ କମ୍ପାନୀକୁ ସ୍ବଇଚ୍ଛାରେ ବରଜ ହେବାସହ କ୍ଷତି ପୂରଣ ରାଶି ନେଉଥିବା ଦେଖିବାକୁ ମିଳୁଛି। ।
JSW Project: ଗୋବିନ୍ଦପୁରରେ ୬୦ରୁ ଅଧିକ ପାନ ବରଜ ଅଧିଗ୍ରହଣ ଆଜି(ଗୁରୁବାର) ନୂତନ ଭାବେ ୧୦ଟି ପାନ ବରଜକୁ ଭଙ୍ଗା ଯାଇଥିବା ଏରସମା ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଢ଼ିଙ୍କିଆ ଅଞ୍ଚଳରେ ଶିଳ୍ପକୁ ଜୋରଦାର ବିରୋଧ ଜାରି ରହିଛି।
ଏହାମଧ୍ୟ ପଢନ୍ତୁ: ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ
ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଢ଼ିଙ୍କିଆ ଗାଁର ଲୋକେ ଗ୍ରାମ ଚାରିପାଖରେ ଜଗି ବସିଛନ୍ତି। ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି କହୁଛନ୍ତି ଗ୍ରାମବାସୀ। ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହା ମଧ୍ୟରେ ପ୍ରଶାସନ ଗୋବିନ୍ଦପୁର ଅଞ୍ଚଳରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ