ଗୋବିନ୍ଦପୁର(ଜଗତସିଂହପୁର):ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଗୋବିନ୍ଦପୁର ଅଞ୍ଚଳରେ ଆଜି(ସୋମବାର) 55ଟି ପାନ ବରଜ ମାପଚୁପ ଆରମ୍ଭ କରାଯାଇଛି । ଗୋବିନ୍ଦପୁର ଅଞ୍ଚଳର ଗ୍ରାମବାସୀ ପ୍ରକଳ୍ପକୁ ସମର୍ଥନ କରି ସ୍ବଇଚ୍ଛାରେ ଜିଲ୍ଲା ପ୍ରଶାସନକୁ ପାନ ବରଜ ହସ୍ତାନ୍ତର କରୁଥିବା ଦେଖାଯାଇଛି ।
ସୋମବାର ସନ୍ଧ୍ୟା ସୁଦ୍ଧା 7ଟି ପାନ ବରଜ ଭଙ୍ଗା ଯାଇଥିବାବେଳେ ଶହେରୁ ଅଧିକ ଚାଷୀ ସେମାନଙ୍କ ବରଜକୁ ହସ୍ତାନ୍ତର କରିବାକୁ ପ୍ରଶାସନକୁ କହିଛନ୍ତି। ଯାହାକୁ ନେଇ ଶିଳ୍ପ ପ୍ରତିଷ୍ଠା ପାଇଁ ବାଟ ସୁଗମ ହୋଇଛି । କମ୍ପାନୀ ବରଜ ଡ଼ିସିମିଲ ପିଛା 17 ହଜାର500 ଦେବାକୁ ଘୋଷଣା କରିବା ପରେ ଚାଷୀମାନେ ସେମାନଙ୍କ ବରଜ ହସ୍ତାନ୍ତର କରିବା ଦେଖିବାକୁ ମିଳୁଛି ।