ଜଗତସିଂହପୁର: ଜିଲ୍ଲାରେ ଥମୁନି କୋରୋନା ସଂକ୍ରମଣ । ଆଜି(ଶନିବାର) 85 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲିକୁଦା ବ୍ଲକରୁ 1, ବିରିଡିରୁ 3, ଏରସମାରୁ 3, ଜଗତସିଂହପୁର ସଦରରୁ 2, ଜଗତସିଂହପୁର ସହରରୁ 10, କୁଜଙ୍ଗ ରୁ 21, ନାଉଙ୍ଗା ରୁ 4, ପାରାଦ୍ବୀପରୁ 36 ଓ ତିର୍ତ୍ତୋଲରୁ 6 ଜଣ ଙ୍କୁ ଚିହ୍ନଟ କରାଯାଇଛି।
ସେମାନଙ୍କ ମଧ୍ୟରୁ ଚିନ୍ତା ବଢାଇଛି ପାରାଦ୍ବୀପରେ ଥିବା ଇଫକୋ କାରଖାନା । ଆଜି ଏଠାରୁ ଏକ ସଙ୍ଗେ 32 ଜଣଙ୍କ ଠାରେ କୋରୋନା ଭୁତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଥିବା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟରେ କୁହାଯାଇଛି।