ଜଗତସିଂହପୁର: ବନ୍ୟା ଯୋଗୁଁ ଜୀବିକା ହରାଇଛନ୍ତି ଜିଲ୍ଲାର ଚାଷୀକୂଳ । ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର ବିରିଡି, ନାଉଗାଁ ଓ ଏରସମା ବ୍ଲକ ଦେଇ ପ୍ରବାହିତ ଦେବୀ ନଦୀ ଓ ରଘୁନାଥପୁର, ତିର୍ତ୍ତୋଲ କୁଜଙ୍ଗ ଦେଇ ପ୍ରବାହିତ ମହାନଦୀ ପଠାରେ ସ୍ଥାନୀୟ ଚାଷୀ ହଜାର ହଜାର ହେକ୍ଟର ଚାଷ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥାନ୍ତି।
ବନ୍ୟା ପରେ ଜୀବିକା ହରାଇ ଚିନ୍ତାରେ ଚାଷୀ - Farmers losing their livelihoods
ଜିଲ୍ଲା କୃଷି ବିଭାଗ ବନ୍ୟା ଜନିତ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି । କୃଷି ବିଭାଗର ରିପୋର୍ଟ ଅନୁଯାୟୀ, ବନ୍ୟାରେ 2,6184 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।
ଚଳିତ ବର୍ଷ ମଧ୍ୟ ସାରୁ, ଝୁଡଙ୍ଗ, ବାଇଗଣ, ଛଚିନ୍ଦ୍ରା, କଖାରୁ, ଲଙ୍କା, ପୋଟଳ, ବିନସ, ଆଦି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଋଣ କରି ଜମିରେ ଫସଲ ଫଳାଇଥିବା ଚାଷୀ ସବୁ କିଛି ନଷ୍ଟ ହେଇଯିବା ଦେଖି ମୁଣ୍ଡ କୋଡୁ ଛନ୍ତି । ଘରେ ଖାଇବାକୁ ଦାନା ନଥିବା ବେଳେ ପାଖରେ ଟଙ୍କା ମଧ୍ୟ ନାହିଁ । କିପରି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ଚାଷୀ ।
ଅନ୍ୟପଟେ ଜିଲ୍ଲା କୃଷି ବିଭାଗ ବନ୍ୟା ଜନିତ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି । କୃଷି ବିଭାଗର ରିପୋର୍ଟ ଅନୁଯାୟୀ, ବନ୍ୟାରେ 2,6184 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ବାସ୍ତବରେ ସରକାରୀ ରିପୋର୍ଟ ଠାରୁ ବହୁ ମାତ୍ରାରେ ପରିବା ଚାଷ ଓ ଖରିପ ଧାନ ଚାଷ ନଷ୍ଟ ହୋଇଥିବା କୁହାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ