ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କୋଭିଡ୍ ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ପାଇଁ କୌଣସି ସୁବିଧା । ଖରା ଦାଉରୁ ରକ୍ଷା ପାଇବାଠୁ ଆରମ୍ଭ କରି ପାନୀୟ ଜଳ ଯ।ଏ କୌଣସି ସୁବିଧା ନଥିବା ଅଭିଯୋଗ ହେଉଛି । ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ ।
ପରୀକ୍ଷା କରିବାକୁ ଆସୁଥିବା ଲୋକମାନେ ଧାଡିରେ ଦିନ ତମାମ ଛିଡା ହୋଇ ରହିବା ସହ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଅନେକ ଅସୁସ୍ଥ ହୋଇପଡୁଥିବା ଅଭିଯୋଗ ହେଉଛି । ଏପରିକି ସେହି ସ୍ଥାନରେ କୌଣସି ପାନୀୟ ଜଳର ସୁବିଧା ନଥିବା ମଧ୍ୟ ଦେଖିବାକୁ ମିଳିଛି ।