ଓଡିଶା

odisha

ETV Bharat / state

ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା, ଧକ୍କା ମାରି ବାହାରକୁ ବିଦା କଲେ କର୍ମଚାରୀ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଚିକିତ୍ସା ବଦଳରେ ରୋଗୀଙ୍କୁ ହସ୍ପିଟାଲରୁ ଧକ୍କା ମାରି ବାହର କଲେ ସୁରକ୍ଷା କର୍ମୀ । ଅଧିକ ପଢନ୍ତୁ

ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା,  ଧକ୍କା ମାରି ବାହାରକୁ ବିଦା କଲେ କର୍ମଚାରୀ
ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା, ଧକ୍କା ମାରି ବାହାରକୁ ବିଦା କଲେ କର୍ମଚାରୀ

By

Published : Jan 25, 2022, 8:00 AM IST

ଜଗତସିଂହପୁର: ଚିକିତ୍ସା ପାଇଁ ମେଡିକାଲକୁ ଆସିଥିବା ମହିଳାଙ୍କୁ ମିଳିଲା ନାହିଁ ଶଯ୍ୟା । ମେଡିକାଲ ବାରଣ୍ଡାରେ ବସିଥିବା ବେଳେ ମହିଳା ଜଣଙ୍କୁ ଧକ୍କା ଦେଇ ବାହର କଲେ ସୁରକ୍ଷାକର୍ମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା, ଧକ୍କା ମାରି ବାହାରକୁ ବିଦା କଲେ କର୍ମଚାରୀ

ସୂଚନା ଅନୁଯାୟୀ ମହିଳା ଜଣଙ୍କ ଭିକ୍ଷା ବୃତ୍ତି କରୁଥିବା ବେଳେ ଗତକାଲି ତାଙ୍କ ଶିଶୁଙ୍କ ପାଇଁ ଜଣେ ଦୋକାନୀଙ୍କୁ ଖାଦ୍ୟ ମାଗିଥିଲେ । ହେଲେ ଦୋକାନୀ ଜଣଙ୍କ ତାଙ୍କୁ ଖାଦ୍ୟ ବଦଳରେ ମାଡ ମାରିଥିଲେ । ଫଳରେ ମହିଳା ଜଣଙ୍କ ଆହତ ହୋଇ ଗତ ସନ୍ଧ୍ୟାରେ ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ମେଡିକାଲରେ ୫ଦିନ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବେଡ଼ ନ ମିଳିବାରୁ ମେଡ଼ିକାଲ ବାରଣ୍ଡାରେ ରହିଥିଲେ । ଏହି ସମୟରେ ତାଙ୍କ ଶିଶୁ ପରିସ୍ରା କରି ଦେବାରୁ ସୁରକ୍ଷାକର୍ମୀ ଉଭୟ ମା ଓ ଶିଶୁକୁ ଧକ୍କା ଦେଇ ହସ୍ପିଟାଲରୁ ବାହାର କରିଦେଇଥିଲେ ।

ମହିଳା ଜଣକ ଏହି ଘଟଣା ନେଇ ଅଭିଯୋଗ କରିବା ପରେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details