ଜଗତସିଂହପୁର: ଜିଲ୍ଲାରେ ‘ଅମ୍ଫାନ’ର ପ୍ରଭାବ ବିଶେଷ ଭାବରେ ସମୁଦ୍ର ତଟବର୍ତ୍ତି ପାରାଦୀପର ଷଣ୍ଢକୁଦ, ମଧୁବନ, ମାଛ ଧରା ବନ୍ଦର ଉପରେ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏରସମା, ବ୍ଲକର କୁଞ୍ଜ କୋଠି, ଜାପା ପଦ୍ମପୁର, ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇ ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ତେବେ ତ୍ରିତଲ ଥାନ ମଣତିରି ଗ୍ରାମର 75 ବର୍ଷୀୟ ସିଂଧୁ ସାମଲ ନାମକ ଜଣେ ବୃଦ୍ଧ ପବନ ମୁହଁରେ ପଡି ମୂର୍ତ୍ତୃ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ତଳି ଅଞ୍ଚଳରେ ଧାନ ଚାଷ ବିଶେଷ ଭାବରେ କ୍ଷୟକ୍ଷତି ହୋଇ ନଥିବା ବେଳେ ପ୍ରାୟ 300 ରୁ ଅଧିକ ପାନ ବରଜ ନଷ୍ଟ ହୋଇ ଥିବା ବେସରକାରୀ ଭାବେ କୁହାଯାଇଛି ।