ଓଡିଶା

odisha

ଜଗତସିଂହପୁର କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କୋର୍ଟ କମ୍ପ୍ଲେକ୍ସରୁ 10 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସପ୍ତାହ କଣ୍ଟେନମେଣ୍ଟ ଜୋନ ଘୋଷଣା ।

By

Published : Sep 22, 2020, 8:20 PM IST

Published : Sep 22, 2020, 8:20 PM IST

Updated : Sep 22, 2020, 8:31 PM IST

Jagatsinghpur District Court Complex declared as containment zone for a week
ଜଗତସିଂହପୁର କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଜଗତସିଂହପୁର: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ । ମଙ୍ଗଳବାର ରାତି 12 ଠାରୁ 27 ତାରିଖ ପର୍ଯ୍ୟନ୍ତ ଅର୍ଥାତ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୋର୍ଟ ପରିସର କଟକଣାରେ ରହିବ ।

କୋର୍ଟ କମ୍ପ୍ଲେକ୍ସରୁ 10 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜିଲ୍ଲା କୋର୍ଟ କମ୍ପ୍ଲେକ୍ସକୁ ସାନିଟାଇଜ କରାଯିବା ସହ କଣ୍ଟାକ୍ସ ଟ୍ରେସିଂ ପାଇଁ ଚର୍ଚିକା ବଜାର-ଚାନ୍ଦୁରା ବଜାରକୁ ସଂଯୋଗ କରୁଥିବା କୋର୍ଟ ରାସ୍ତାକୁ ସିଲ କରାଯାଇଛି ।

ଜଗତସିଂହପୁର କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଏହି ଅଞ୍ଚଳ ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଗୁଡିକୁ ବନ୍ଦ କରିଦିଆଯାଇଛି । ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଜିଲ୍ଲା କୋର୍ଟର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୋର୍ଟ ଆସୁଥିବା ଲୋକଙ୍କୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଆସିବାକୁ ଅନୁରୋଧ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 22, 2020, 8:31 PM IST

ABOUT THE AUTHOR

...view details