ଓଡିଶା

odisha

ETV Bharat / state

ମତଦାତା ତାଲିକା ସଂଶୋଧନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ - ଜଗତସିଂହପୁର ଜିଲ୍ଲାପାଳ

ମତଦାତା ତାଲିକା ସଂଶୋଧନ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ମତଦାତା ତାଲିକା ସଂଶୋଧନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ମତଦାତା ତାଲିକା ସଂଶୋଧନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Nov 2, 2021, 2:14 PM IST

ଜଗତସିଂହପୁର:ଆଜି ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ମତଦାତା ତାଲିକା ସଂଶୋଧନ ସଂକ୍ରାନ୍ତୀୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଆଜିଠାରୁ ଆସନ୍ତା ଜାନୁୟାରୀ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ନିଜର ଭୋଟର ତାଲିକାରେ ନାମ ପଞ୍ଜିକରଣ କରି ପାରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପାରୁଲ ପଟୱାରି ପ୍ରକାଶ କରିଛନ୍ତି ।

ମତଦାତା ତାଲିକା ସଂଶୋଧନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଯଦି ଭୋଟକାର୍ଡରେ କିଛି ଭୁଲ ଥାଏ ସଂଶୋଧନ ପାଇଁ ଭୋଟର ଅନ ଲାଇନ ଆପ ଡାଉନ ଲୋଡ଼ କରି ପଞ୍ଜୀକରଣ କରି ପାରିବେ। ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାପାଇଁ ସଠିକ ଡାକ ଠିକଣା, ପିନକୋର୍ଡ଼, ମୋବାଇଲ ନମ୍ବର ଦେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଜିଲ୍ଲାର ମୋଟ ଜନସଂଖ୍ୟା 12 ଲକ୍ଷ 62 ହଜାର 2ଶହ 36 ଥିବାବେଳେ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭୋଟର ତାଲିକା ଅନୁଯାଇ ମୋଟ ଭୋଟରଙ୍କ ସଂଖ୍ୟା ରହିଛି 9 ଲକ୍ଷ 13 ହଜାର 129 । ଯାହାକି ଜିଲ୍ଲାର ଜନସଂଖ୍ୟା ଅନୁଯାୟୀ 72.34% ପ୍ରତିଶତ ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details