ଓଡିଶା

odisha

ETV Bharat / state

ଖୁବଶୀଘ୍ର ଜଗତସିଂହପୁରରେ ଗୃହପାଳିତ ଓ ବୁଲାପଶୁଙ୍କ ପାଇଁ ଆମ୍ବୁଲାନ୍ସ ସେବା - ଗୃହପାଳିତଙ୍କ ପଶୁଙ୍କ ସୁରକ୍ଷା ବ୍ୟବସ୍ଥା

ଜଗତସିଂହପୁର ଜିଲ୍ଲାରେ ଗୃହ ପାଳିତ ପଶୁ ଓ ବୁଲା ଗୋରୁଗାଈଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ

Jagatsinghpur District Administration made a historical decession to start Ambulance service for cattle and dogs
ଐତିହାସିକ ନିଷ୍ପତ୍ତି, ଖୁବଶୀଘ୍ର ଜଗତସିଂହପୁରରେ ଗୃହପାଳିତ ଓ ବୁଲାପଶୁଙ୍କ ପାଇଁ ଆମ୍ବୁଲାନ୍ସ ସେବା

By

Published : Nov 27, 2021, 3:53 PM IST

ଜଗତସିଂହପୁର:ଜିଲ୍ଲାରେ ଗୃହ ପାଳିତ ପଶୁ ଓ ବୁଲା ଗୋରୁ ଗାଈଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଜଗତସିଂହପୁର ଜିଲ୍ଲାପାଳ(DM Jagatsinghpur) ପାରୁଲ ପଟୱାରୀ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ବିକଳାଙ୍ଗ ଗୋରୁଗାଈଙ୍କ ପାଇଁ ଦୁଇ ଏକର ଜାଗାରେ ଗୋଶାଳା ନିର୍ମାଣ କରିବାକୁ ଜିଲ୍ଲାପାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିରେ କୋଡିଏ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେହିପରି ଜୀବଜନ୍ତୁଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ପୋଲିସ ସହାୟତାରେ ଏକ ଟିମ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାରେ ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ପାଇଁ ଜିଲ୍ଲାସ୍ତରରେ କୁକୁରମାନଙ୍କୁ ଗର୍ଭ ନିରୋଧକ ଟୀକା ପ୍ରଦାନ କରାଯିବ।

ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀର କିଶୋର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details