ଓଡିଶା

odisha

ETV Bharat / state

ଟ୍ରାଫିକ ସମସ୍ୟା ସମାଧାନକୁ ଫୋକସ, ସହର ଭିତରକୁ ଭାରିଯାନ ମନା - ଟ୍ରାଫିକ ସମସ୍ୟାକୁ ଫୋକସ

ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ପୌର ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରିଯାନ ସକାଳ 8 ଟା ରୁ ଦିନ11 ଟା ଓ ଅପରାହ୍ନ 3ଟା ରୁ ରାତି 7ଟା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ଅଧିକ ପଢନ୍ତୁ

ଟ୍ରାଫିକ ସମସ୍ୟା ସମାଧାନକୁ ଫୋକସ
ଟ୍ରାଫିକ ସମସ୍ୟା ସମାଧାନକୁ ଫୋକସ

By

Published : May 13, 2022, 6:14 PM IST

ଜଗତସିଂହପୁର: ସହରରେ ଟ୍ରାଫିକ ସମସ୍ୟାକୁ ନେଇ ଭାରିଜାନ ଉପରେ କଟକଣା ଲାଗିଛି । ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ପୌର ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରିଯାନ ସକାଳ 8 ଟା ରୁ ଦିନ11 ଟା ଓ ଅପରାହ୍ନ 3ଟା ରୁ ରାତି 7ଟା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି ।

ଟ୍ରାଫିକ ସମସ୍ୟା ସମାଧାନକୁ ଫୋକସ

ମଟର ଯାନ ଆଇନ 1988 ଧାରା 115 ଅନୁଯାୟୀ ଜିଲ୍ଲାପାଳ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସେହିଭଳି ଥାନା ଛକ ଠାରୁ ଟାଉନହଲ ପର୍ଯ୍ୟନ୍ତ ନୋ ପର୍କିଙ୍ଗ ଯୋନ ଘୋଷଣା କରାଯାଇଛି । ଜଗତସିଂହପୁର ସହରରେ ଟ୍ରାଫିକ ସମସ୍ୟା ଦେଖାଯିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସହରକୁ ସଂଯୋଗ କରୁଥିବା କଟକ - ଅଡ଼ଶପୁର ରାସ୍ତା ଆଳିପିଙ୍ଗଳ ଦେବୀନଦୀ ପୋଲ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଏହି ପୋଲ ଉପରେ ଟ୍ରକ, ଟ୍ରେଲର, ଟିପର, ଓ 6 ଚକିଆ ଭାରିଯାନ ଯାତାୟାତ ଉପରେ ସମ୍ପୁର୍ଣ ନିଷିଦ୍ଧ କରାଯାଇଛି। ଯଦି କୌଣସି ଗାଡି ଚାଳକ ନିଅମ ଉଲଂଘନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details