ଓଡିଶା

odisha

ETV Bharat / state

ଅଙ୍ଗରେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲା ଜଗତସିଂହପୁର ପ୍ରଶାସନ - ପୋଷ୍ୟ ସ୍କୁଲ

ଅଙ୍ଗରେଶ୍ୱର ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଓ ବିଧାୟକ ବିଦ୍ୟାଳୟର ଭିତ୍ତିଭୂମି କଲେ ପରିଦର୍ଶନ। ଅଧିକ ପଢନ୍ତୁ...

ଅଙ୍ଗରେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲା ଜଗତସିଂହପୁର ପ୍ରଶାସନ
ଅଙ୍ଗରେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲା ଜଗତସିଂହପୁର ପ୍ରଶାସନ

By

Published : Aug 27, 2021, 8:21 AM IST

ଜଗତସିଂହପୁର:ଜିଲ୍ଲା ନାଉଗାଁ ବ୍ଲକର ଅଙ୍ଗରେଶ୍ୱର ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲା ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ବିଦ୍ୟାଳୟ ପରିଦର୍ଶନ କରିବା ସହ ଭିତ୍ତିଭୂମି ତଦାରଖ କରିଥିଲେ।

ଅଙ୍ଗରେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲା ଜଗତସିଂହପୁର ପ୍ରଶାସନ

ବିଦ୍ୟାଳୟକୁ ଜିଲ୍ଲାର ଏକ ନମ୍ବର ସ୍ମାର୍ଟ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହର ନିର୍ମାଣ, ଲାଇବ୍ରେରୀ, ବିଜ୍ଞାନ ଗାର, ଛାତ୍ରାବାସ ନିର୍ମାଣ ପ୍ରଭୁତି କାର୍ଯ୍ୟ ଖୁଵ ଶୀଘ୍ର ନିର୍ମାଣ କରାଯିବ। ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଜିଲା ପ୍ରଶାସନ ଗ୍ରହଣ କରିଥିବାରୁ ନାଉଗାଁବାସୀ ଖୁସି ବ୍ୟକ୍ତ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details