ଓଡିଶା

odisha

By

Published : Aug 10, 2020, 9:27 PM IST

ETV Bharat / state

ଜଗତସିଂହପୁରରେ ଏକ ହଜାର ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଜଗତସିଂହପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 879ରେ ପହଞ୍ଚିଛି ।

ଜଗତସିଂହପୁରରେ ହଜାରେ ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଜଗତସିଂହପୁରରେ ହଜାରେ ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଜଗତସିଂହପୁର: ଜିଲ୍ଲାରେ ସୋମବାର ପୁଣି 22 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ୱୀପରୁ 14 ଜଣ, ରଘୁନାଥପୁରରୁ ଜଣେ, ନାଉଙ୍ଗାରୁ 4 ଜଣ, କୁଜଙ୍ଗରୁ ଜଣେ ଓ ଜଗତସିଂହପୁରରୁ 2 ଜଣ ଚିହ୍ନଟ କରାଯାଇଛି। ତେବେ ପାରାଦ୍ୱୀପର ତୈଳ ବିଶୋଧନାଗାରର 9 ଜଣ କର୍ମଚାରୀଙ୍କ ଆଜି ସ୍ୱାବ ନମୁନା ପଜିଟିଭ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଜଗତସିଂହପୁରରେ ହଜାରେ ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେ ପୂର୍ବରୁ ହୋମ କ୍ୱାରେଣ୍ଟଇନରେ ଥିଲେ। ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 879ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ 707 ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ସୁଦ୍ଧା 170 ଜଣ ସକ୍ରିୟ ଆକ୍ରାନ୍ତ ପାରାଦ୍ୱୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ୱର କିମ୍ସ ହସ୍ପିଟାଲରେରେ ଚିକିତ୍ସାଧିନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details