ଓଡିଶା

odisha

ETV Bharat / state

ଚିରଞ୍ଜୀବିଙ୍କ ମନ୍ତବ୍ୟକୁ ନେଇ ଝଡ, କର୍ମୀଙ୍କୁ ଦୁର୍ବଳ କରିଛି ତାଙ୍କ ମନ୍ତବ୍ୟ କହିଲା କଂଗ୍ରେସ - ଚିରଞ୍ଜୀବି ବିଶ୍ୱାଳ

ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ୱାଳଙ୍କ ମନ୍ତବ୍ୟକୁ ନେଇ ଜଗତସିଂହପୁର କଂଗ୍ରେସ ମହଲରେ ଝଡ଼ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

chiranjib biswal statement stir storm
ଚିରଞ୍ଜୀବିଙ୍କ ମନ୍ତବ୍ୟକୁ ନେଇ ଝଡ

By

Published : May 11, 2023, 11:46 AM IST

ଚିରଞ୍ଜୀବିଙ୍କ ମନ୍ତବ୍ୟକୁ ନେଇ ଝଡ

ଜଗତସିଂହପୁର:ଜଣ ବରିଷ୍ଠ ନେତାଙ୍କ ମୁହଁରୁ ଏପରି ଦାୟିତ୍ବହୀନ ମନ୍ତବ୍ୟ କଂଗ୍ରେସ କର୍ମୀ ହିସାବରେ ଆମକୁ ଦୁଃଖ ଦେଇଛି । ଏହାକୁ ଆମେ ଦୃଢ ନିନ୍ଦା କରୁଛି । କଂଗ୍ରେସ ସଂଗଠନକୁ ସଜାଡିବାର ଦାୟିତ୍ବ ତାଙ୍କର ମାତ୍ର ଏପରି ମନ୍ତବ୍ୟ ଦେଇ କଂଗ୍ରେସ କର୍ମୀଙ୍କ ମନୋବଳକୁ ଦୁର୍ବଳ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ବାଳ । କିଛି ଏମିତି କହି ଚିରଞ୍ଜୀବି ବିଶ୍ବାଳଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଜଗତସିଂପୁର ଜିଲ୍ଲା କଂଗ୍ରେସର ଜଣେ ସଦସ୍ୟ ବିପ୍ଳବ ଚୌଧୁରୀ ।

ଦୁଇଦିନ ତଳେ ଭୁବନେଶ୍ବର ଜୟଦେବ ଭବନ ଠାରେ ଜାନକୀ-ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମ ଯୁଗ ଶୀର୍ଷକ ଆଲୋଚନାରେ ଭାଗ ନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ବାଳଙ୍କ କେଇପଦ କଥାକୁ ସହଜରେ ହଜମ କରି ପାରିନାହାନ୍ତି ଜଗତସିଂହପୁର ଜିଲ୍ଲା କଂଗ୍ରେସ ନେତା । ଦଳ ମଧ୍ୟରେ ରହି ଚିରଞ୍ଜୀବି ବିଶ୍ବାଳଙ୍କ ମନ୍ତବ୍ୟ ସମସ୍ତ କଂଗ୍ରେସ କର୍ମୀଙ୍କୁ ନିରାଶ କରିଛି ବୋଲି ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ।

କଂଗ୍ରେସର ଜଣେ ସଦସ୍ୟ ହିସାବରେ ବିପ୍ଳବ ଚୌଧୁରୀ କହିଛନ୍ତି, ''ଚିରଞ୍ଜୀବି ବିଶ୍ବାଳ ଯଦି ଚାହୁଁଛନ୍ତି ଦଳ ଚାଡିବାକୁ କିଛି ଅସୁବିଧା ନାହିଁ । ଯେଉଁ ଦଳ ତାଙ୍କୁ ତାଙ୍କ ବାପା ଓ ପରିବାରକୁ ରାଜନୈତିକ ପରିଚୟ ଦେଲା ସାମାଜିତ ସ୍ବୀକୃତି ଦେଲା ଯଦି ତାଙ୍କର ଇଚ୍ଛା ସେ ଦଳକୁ ଛାଡିବାକୁ ଚାହୁଁଛନ୍ତି ତାହା ବ୍ୟକ୍ତିଗତ ନିଷ୍ପତ୍ତି କିନ୍ତୁ ଦଳରେ ରହି ଦଳ ବିରୋଧରେ କହିବା ଦଳର ଦୋଷ ଦୁର୍ବଳତା କହିବା ଗ୍ରହଣୀୟ ନୁହେଁ ।''

ସେହିପରି ଚିରଞ୍ଜୀବି ବିଶ୍ବାଳଙ୍କ ମନ୍ତବ୍ୟକୁ ନେଇ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,''ରାଜ୍ୟରେ କଂଗ୍ରେସ ନେତାଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି । ଆଗାମୀ ଦିନରେ ସେ ଦଳରେ ରହୁଛନ୍ତି ନା ଦଳ ଛାଡୁଛନ୍ତି ତାହା ସ୍ପଷ୍ଟ ହେବ ।''

ଏହା ବି ପଢନ୍ତୁ...ଚିରଞ୍ଜୀବ-ସୌମ୍ୟଙ୍କ ଉପରେ ସୁର ଖପ୍ପା, କହିଲେ କଂଗ୍ରେସକୁ ଏତେ ଶସ୍ତା ଭାବନି

ଏହା ବି ପଢନ୍ତୁ...କଂଗ୍ରେସରେ ୯ ବିଧାୟକ, ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଚିରଞ୍ଜୀବ ବିଶ୍ବାଳ

ପ୍ରକାଶଥାଉ କି, ଗତ ମେ 8 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟ ଓ ବସନ୍ତ ବିଶ୍ବାଳଙ୍କ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମରେ ଅସନ୍ତୋଷ ଝାଡିଥିଲେ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ବାଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସିଧା ନିଶାନା କରିଥିଲେ ଚିରଞ୍ଜୀବ । ଯାହା କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା ।

ଚିରଞ୍ଜୀବି ବିଶ୍ବାଳ କହିଥିଲେ, ''ଆମ ଦଳର ଗୋଟେ ପ୍ରଥା ଅଛି ଯିଏ ସଭାପତି ହେଇଯିବ ସିଏ ଆଉ କାହା କଥା ଶୁଣିବ ନାହିଁ । ୯ରୁ ୯୦ ଆସନ ପାଇଁ ସଂକଳ୍ପ କରିଛି କଂଗ୍ରେସ । ହେଲେ ୧୪୭ଟି ଆସନରେ ପ୍ରାର୍ଥୀ ଦେଇ ପାରିବ ନାହିଁ । ଏବେ ଦଳରେ କେବଳ ୯ ଜଣ ବିଧାୟକ ଥିଲେ ମଧ୍ୟ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ପିସିସି ସଭାପତି ହୋଇଗଲା ପରେ ନେତା ବଦଳି ଯାଆନ୍ତି । କଂଗ୍ରେସର 9ଜଣ ବିଧାୟକ ଅଛନ୍ତି ମାତ୍ରକ 20 ଜଣ ମୁଖ୍ୟମନ୍ତ୍ରୀ ଆଶାୟୀ ବାହାରିଲେଣି । କଂଗ୍ରେସର ଆଉ ଲଢିବା ମନୋବୃତ୍ତି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ABOUT THE AUTHOR

...view details