ଜଗତସିଂହପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ବନ୍ଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟ ସରକାର କୋରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ଯୁବ ସମାଜକୁ ପଥଭ୍ରଷ୍ଟ କରିବ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହା ସହିତ ଜୋତା ପୋଲିସ୍ କରି ଅଭିନବ ଉପାୟରେ ଗଣଧାରଣା ଦେଇଥିଲେ ।
ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ୨ବର୍ଷ ପାଇଁ ନିଯୁକ୍ତି ବନ୍ଦ ପ୍ରତିବାଦରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜୋତା ପୋଲିସ୍ କରି ଅଭିନବ ଉପାୟରେ ଗଣଧାରଣା ଦେଇଥିଲେ । କଂଗ୍ରେସ ଅଭିଯୋଗ କରିଛି କୋରୋନା ମହାମାରୀ ସମୟରେ ଅନେକ ଯୁବକ ନଜର କର୍ମ ସଂସ୍ଥାନ ହରାଇ ବେକାର ହୋଇ ବୁଲୁଛନ୍ତି । ଏହି ସମୟରେ ସରକାର ନୂତନ ନିଯୁକ୍ତି ବନ୍ଦ ନିଷ୍ପତ୍ତି ସେମାନଙ୍କ ମଧ୍ୟରେ ହତାସାର ଭାବ ଷୃଷ୍ଠି କରିଛି ।