ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ପାରାଦୀପରେ ସ୍ଥିତି ସମୀକ୍ଷା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏନେଇ ପାରାଦୀପର ଷଣ୍ଢକୁଦର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ପାଣିପାଗ ବିଭାଗ ସୂତ୍ର ଅନୁସାରେ, ବାତ୍ୟା ବୁଲବୁଲ ଧିରେଧିରେ ପାରାଦୀପର ନିକଟତର ହେଉ ଥିବାରୁ ଏହା ପ୍ରଭାବରେ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି । ଯାହାକୁ ଦେଖି ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନା ଅନୁସାରେ ପାରାଦୀପ ଠାରୁ 260 କିମି ଦୁରତାରେ ବୁଲବୁଲ୍ ରହିଛି। ଏହା ଆଜି ରାତି ସୁଦ୍ଧା ପାରାଦୀପ ଅତି ନିକଟତର ହୋଇ ପଶ୍ଚମବଙ୍ଗର ସୁନ୍ଦରବନ ମୁହାଁ ହେବ ।