ଜଗତସିଂହପୁର: ମଙ୍ଗଳବାର ଜଗତସିଂହପୁରରେ 4 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଜିଲ୍ଲପାଳ କହିଛନ୍ତି ଯେ ଜିଲ୍ଲାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନାଉଗାଁ ବ୍ଲକର ଏକ କ୍ୱାରେଣ୍ଟଇନ ହଲକୁ ସିଲ କରିଦିଆଯାଇଛି । ଏଥିସହ ଚିହ୍ନଟ ହୋଇଥିବା 4 ଜଣଙ୍କ ମଧ୍ୟରୁ 3 ଜଣ ଗୋଟେ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ବାଲିକୁଦା ଅଞ୍ଚଳରର ବୋଲି ସେ ସୂଚନା ଦେଇଛନ୍ତି ।