ଓଡିଶା

odisha

ଜଗତସିଂହପୁରରେ ବିଶ୍ବ ନିମୋନିଆ ଦିବସ ପାଳିତ

By

Published : Nov 14, 2020, 9:41 AM IST

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳିତ ହୋଇ ଯାଇଛି ଜିଲ୍ଲା ସ୍ତରୀୟ ବିଶ୍ଵ ନିମୋନିଆ ଦିବସ । ଡ.ବିଜୟା ପଣ୍ଡା ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ। ଅଧିକ ପଢନ୍ତୁ...

Jagatsinghpur celebrates World Pneumonia Day
ଜଗତସିଂହପୁର ଠାରେ ବିଶ୍ବ ନିମୋନିଆ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ପାଳିତ ହୋଇ ଯାଇଛି ଜିଲ୍ଲା ସ୍ତରୀୟ ବିଶ୍ଵ ନିମୋନିଆ ଦିବସ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା ବିଜୟା ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଜଗତସିଂହପୁର ଠାରେ ବିଶ୍ବ ନିମୋନିଆ ଦିବସ ପାଳିତ

ନିମୋନିଆ ଶିଶୁ ଠାରେ ଯେତେ ଶୀଘ୍ର ଚିହ୍ନଟ ହୋଇ ପାରିବ ସେତେ ଶୀଘ୍ର ନିମୋନିଆ ଜନିତ ଶିଶୁ ମୃତ୍ୟୁ ହାର କାମ ରହିବ। ସେଥି ପାଇଁ ଜିଲ୍ଲାରେ ନିମୋନିଆ ସଚେତନତା କାର୍ଯ୍ୟକ୍ରମ ନଭେମ୍ବର 12 ଠାରୁ ଆସନ୍ତା ବର୍ଷ ଫେବ୍ରୁଆରୀ 28 ପର୍ଯ୍ୟନ୍ତ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ବାରିକ, ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ଡ଼ ସଚଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details