ଓଡିଶା

odisha

ETV Bharat / state

ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ - ବିଜେପି ନେତା ପ୍ରକାଶ ଦଳାଇ

ଦାଦାବଟି ମାଗିବା ଅଭିଯୋଗରେ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦଳାଇ ଗିରଫ । ଅଧିକ ପଢନ୍ତୁ

ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ
ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ

By

Published : Jul 14, 2023, 11:48 AM IST

ଜଗତସିଂହପୁର: ଦାଦାବଟି ମାଗିବା ଅଭିଯୋଗରେ ଯୁବ ବିଜେପି ନେତା ଗିରଫ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ବିଜେପି ନେତା ତଥା ଦଳର ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦଳାଇଙ୍କୁ ଗିରଫ କରାଯାଇଛି । ଗତ ୧୦ ତାରିଖ ଦିନ ପ୍ରକାଶ ନିଜର ସମର୍ଥକଙ୍କ ସହ ତିର୍ତ୍ତୋଲ ତସିହଲ ଅନ୍ତର୍ଗତ ନୂଆପଡା ବାଲିଘାଟ ଦାୟିତ୍ବରେ ଥିବା ସୁଦର୍ଶନ ମୁଦୁଲିଙ୍କୁ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଏବଂ ବଟି ନଦେବାରୁ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ମୁତାବକ, ଗତ ସୋମବାର (୧୦ ତାରିଖ) ରାତିରେ ବିଜେପି ନେତା ପ୍ରକାଶ ଚନ୍ଦ୍ର ଦଳାଇ ଓ ତାଙ୍କ ସମର୍ଥକମାନେ ନୂଆପଡା ବାଲିଘାଟରେ ପହଞ୍ଚିଥିଲେ । ସେଠାରେ ବାଲିଘାଟ ଦାୟିତ୍ଵରେ ଥିବା ସୁଦର୍ଶନ ମୁଦୁଲିଙ୍କୁ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହିତ ଧମକ ଚମକ ଦେଇଥିଲେ । ସେ ଚାନ୍ଦା ଦେବାକୁ ମନା କରିବାକୁ ଭଙ୍ଗାରୁଜା କରିଥିଲେ ଓ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ସୁଦର୍ଶନ ମୁଦୁଲି ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବିଜେଡିର ନିର୍ବାଚନୀ ତୟାରୀ; ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ

ଏହାମଧ୍ୟ ପଢନ୍ତୁ : ବେକାରୀ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ 7 ଦିନର ମହଲତ ଦେଲା ଛାତ୍ର କଂଗ୍ରେସ

ଅଭିଯୋଗକୁ ଭିତ୍ତି କରି ତିର୍ତ୍ତୋଲ ପୋଲିସ ବୁଧବାର ଦିନ ପ୍ରକାଶ ଚନ୍ଦ୍ର ଦଳାଇଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ପଚରାଉଚରା କରିବା ପରେ ଗତକାଲି (ଗୁରୁବାର) ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ତେବେ ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ତାଙ୍କର ଗିରଫଦାରୀକୁ ତିର୍ତ୍ତୋଲ ବିଜେପି ପକ୍ଷରୁ ଷଡଯନ୍ତ୍ର ବୋଲି କୁହାଯାଇଛି ।

ବିଜେପି ଯୁବ ସଭାପତି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଶାସକ ବିଜୁ ଜନତା ଦଳର ନେତାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରୁଥିଲେ । ଏଥିରେ ଭୟଭୀତ ହୋଇ ବିଜେଡି ପୋଲିସ ଲଗାଇ ତାଙ୍କୁ ଗିରଫ କରିଥିବା ବିଜେପି ଅଭିଯୋଗ କରିଛି । ଏହି ଘଟଣା ସମ୍ପର୍କରେ ଗିରଫ ବିଜେପି ନେତା କିମ୍ବା ତିର୍ତ୍ତୋଲ ପୋଲିସର ମଧ୍ୟ ପ୍ରତିକ୍ରିୟା ମିଳିପାରିନି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details